ସୁରକ୍ଷାବାହିନୀକୁ ମିଳିଲା ବଡ଼ ସଫଳତା । ଛତିଶଗଡ଼ର ସୁକମା ଜିଲ୍ଲା ଭେଜି ଜଙ୍ଗଲରେ ପୋଲିସର ଏନ୍ କାଉଣ୍ଟର ନିପାତ ହୋଇଛନ୍ତି ୧୦ ମାଓବାଦୀ । ବସ୍ତର ଡିଭିଜନର ସୁକୁମା ଜିଲ୍ଲାରେ ସର୍ଚ୍ଚ ଅପରେସନ୍ ବେଳେ ଏହି ସଫଳତା ମିଳିଛି । ଘଟଣାସ୍ଥଳରୁ ଇନସାସ୍ ରାଇଫଲ, ଏକେ-୪୭ ବନ୍ଧୁକ, ଏସଏଲଆର୍ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ ହୋଇଛି । ସୂଚନଯୋଗ୍ୟ; ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲା କୋଣ୍ଟା ନିକଟସ୍ଥ ଜଙ୍ଗଲରେ ଆଜି ସିଆରପିଏଫ୍ ଏବଂ ଡିଆରଜି ମାଓବାଦୀଙ୍କ ବିରୋଧରେ ଏକ ବଡ଼ ଧରଣର ମିଳିତ ସର୍ଚ୍ଚ ଅପରେସନ୍ କରିଥିଲେ । ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ଗୁପ୍ତ ସୂଚନା ମିଳିଥିଲା । ଏହାରି ଆଧାରରେ ଅପରେସନ୍ କରାଯାଇଥିଲା । ସର୍ଚ୍ଚ ଅପରେସନ୍ ବେଳେ ମାଓବାଦୀ ଏବଂ ସୁରକ୍ଷାବଳ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ମାଓବାଦୀମାନେ ଉକ୍ତ ଅଞ୍ଚଳରୁ ଖସି ପଳାଉଥିବା ବେଳେ ଡିଆରଜି ଯବାନ ଏନକାଉନଣ୍ଟର କରିଥିବା ଜଣାପଡିଛି । ଗୁଳି ବିନିମୟ ସମୟର ୧୦ ଜଣ ମାଓବାଦୀଙ୍କୁ ଏନକାଉଣ୍ଟର କରାଯାଇଥିଲା । ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । Post navigation ପ୍ରକାଶ ପାଇଲା ଓଟିଇଟି-୨୦୨୪ର ପରୀକ୍ଷା ଫଳ ହରେକୃଷ୍ଣ ମହତାବଙ୍କ ଜୟନ୍ତୀକୁ ନେଇ ମୁହାଁମୁହିଁ ହେଲେ ବିଜେପି ଓ ବିଜେଡି ନେତା