ଭିନ୍ନକ୍ଷମଙ୍କ ପାଇଁ ୟୁନିକ୍ ଡି ସେବିଲିଟି ଆଇଡେଣ୍ଟିଫିକେସନ୍ ( ୟୁଡିଆଇଡି) କାର୍ଡ ପ୍ରସ୍ତୁତ କରିବା କ୍ଷେତ୍ରରେ ରାଜ୍ୟର ୧୦ଟି ଜିଲ୍ଲାରେ ସର୍ବାଧିକ ଆବେଦନ ବିଚାରାଧୀନ ରହିଛି। ରାଜ୍ୟରେ ମୋଟ୍ ୧ ଲକ୍ଷ ୩୩ ହଜାରରୁ ଅଧିକ ୟୁଡିଆଇଡି ଆବେଦନ ବିଚାରାଧୀନ ରହିଥିବାବେଳେ ବାଲେଶ୍ୱରରେ ୨୨ ହଜାର ୯୬୦ ଆବେଦନ ସହିତ ଆଗୁଆ ରହିଛି।

ୟୁଡି ଆଇଡି ଆବେଦନ ବିଚାରାଧୀନ ଜିଲ୍ଲାଗୁଡ଼ିକ ହେଲା କଟକ, ବାଲେଶ୍ୱର, ଭଦ୍ରକ, ବଲାଙ୍ଗୀର, ଗଞ୍ଜାମ, ଜଗତସିଂହପୁର, କେନ୍ଦୁଝର, ନୟାଗଡ଼, ନୂଆପଡ଼ା ଓ ରାୟଗଡ଼ା । ସାରାରାଜ୍ୟରେ ପ୍ରାୟ ୧.୩୩ ଲକ୍ଷ ଆବେଦନ ବିଚାରାଧୀନ ରହିଛି ଏବଂ ଅଧିକାଂଶ ଏହି ଜିଲ୍ଲାରୁ ଅଛନ୍ତି।

ସାମାଜିକ ନ୍ୟାୟ ଓ ସଶସ୍ତୀକରଣ ମନ୍ତ୍ରାଳୟର ଭିନ୍ନକ୍ଷମ ସଶନ୍ତୀକରଣ ବିଭାଗ ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ଜାତୀୟ ଡାଟାବେସ୍ ପ୍ରସ୍ତୁତ କରିବା ଏବଂ ପ୍ରତ୍ୟେକ ଭିନ୍ନକ୍ଷମବ୍ୟକ୍ତିଙ୍କୁ ୟୁଡିଆଇଡି କରିବା ପାଇଁ ‘ୟୁନିକ ଆଇଡି ଫର୍‌ ଡିସେବିଲିଟ’ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି ।

ଏହି କାର୍ଡ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସରକାରୀ ସୁବିଧା ଓ ଭ୍ରମଣ ରିହାତି ପ୍ରଦାନ କରିଥାଏ | ଦକ୍ଷ ମେଡିକାଲ କର୍ତ୍ତୃପକ୍ଷଙ୍କ ଦ୍ବାରା କେବଳ ପୂଡିଆଇତି ପୋର୍ଟାଲ ମାଧ୍ୟମରେ ପ୍ରଦାନ କରାଯାଇଥିବା ଭିନ୍ନକ୍ଷମ ପ୍ରମାଣପତ୍ର ସମଗ୍ର ରାଜ୍ୟରେ ଗ୍ରହଣ କରାଯାଏ। ମାନୁଆଲ୍ ମୋଡରେ ଭିନ୍ନକ୍ଷମଙ୍କ ସପକ୍ଷରେ ଦିଆଯାଇଥିବା ଭିନ୍ନକ୍ଷମ ସାର୍ଟିଫିକେଟ୍ ଆଉ ଗ୍ରହଣ କରାଯାଉନାହିଁ ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶରୀକରଣ (ଏସ୍ଏସ୍କପିଡ) ବିଭାଗର ରିପୋର୍ଟ ଅନୁଯାୟୀ, ୧୧, ୯୦,୨୨୩ ପଞ୍ଜୀକୃକ୍ତ ୟୁ ଡିଆଇଡି ଆବେଦନ ମଧ୍ୟରୁ ଗର୍ଚ ୧୫ ଚାରିଖ ସୁଦ୍ଧା ୭, ୧୬, ୨୦୫ଟି କାର୍ଡ ସୃଷ୍ଟି ହୋଇଛି । ଏହି କାର୍ଜ ତିଆରି ପାଇଁ ଅତି କମ୍‌ରେ ୧,୩୩, ୯୩୫ ଟି ଆବେଦନ ବିଚାରାଧୀନ ରହିଛି ।ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ୨୨, ୯୬୦, ଗଞ୍ଜାମରେ ୧୩,୪୭୪ ଓ କଟକରେ ୭, ୧୩୭ ଆବେଦନ ବିଚାରାଧୀନ ରହିଛି। ୨୦୧୯ରେ ଏହି ପ୍ରକଳ୍ପ ଆରମ୍ଭ ହେବା ପରଠାରୁ ଓଡ଼ିଶାର ସ୍କୁତିଆଇଡି ପେଡେନ୍ତି ହାର ୧୧, ୨୫ ପ୍ରତିଶତ ରହିଛି । ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟରେ ୧୨,୪୪ ଲକ୍ଷ ଭିନ୍ନକ୍ଷମ ଅଛନ୍ତି ଏବଂ ଏହି ଜନସଂଖ୍ୟାର ୧୦.୧୪ ପ୍ରତିଶତ ଲୋକ ଏକାଧିକ ଭିନ୍ନକ୍ଷମ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଏପରିକି ୟୁଡିଆଇଡି ଆବେଦନ ଦାଖଲ ପାଇଁ ଜରୁରୀ ମେଡିକାଲ ସାର୍ଟିଫିକେଟ୍ ପାଇବା ପାଇଁ ଅନେକ ମାସ ଅପେକ୍ଷା କରିବାକୁ ପଡ଼ିଥାଏ । ଏହି କାର୍ଡ ବିନା ସରକାର ଯେଉଁ ସୁବିଧା ସୁଯୋଗ ପ୍ରଦାନ କରିଛନ୍ତି, ତାହା ପାଇବାର କୌଣସି ଉପାୟ ନାହିଁ ।

ଏସଏସଇପିଡି ବିଭାଗର ଅଧିକାରୀମାନେ କହିଛନ୍ତି ଯେ ନିକଟରେ ବିଚାରାଧୀନ ମାମଲାର ସମୀକ୍ଷା କରାଯାଇଥିଲା। ଚଳିତ ବର୍ଷ ନଭେମ୍ବର ୩୦ ସୁଦ୍ଧା ୟୁଡି ଆଇଡି କାର୍ଡ ସୃଷ୍ଟି ପ୍ରସଙ୍ଗରେ ଧ୍ୟାନ ଦେବା ସହ ବିଚାରାଧୀନ ମାମଲାକୁ ୫ ପ୍ରତିଶତ ତଳକୁ ଆଣିବାକୁ ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ କୁହାଯାଇଛି।

Leave a Reply

Your email address will not be published. Required fields are marked *