ଚଳିତବର୍ଷ ନିର୍ବାଚନ ପାଇଁ ହଉଥିବ ଭୋଟ ଗଣତି ମଧ୍ୟରେ ମାଲକାନଗିରି ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ନରସିଂହ ମାଡକାମୀ ବିଜୟ ହୋଇଛନ୍ତି। ନରସିଂହଙ୍କୁ ୭୭ ହଜାର ୭୬୩ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ମାଳା ମାଢିଙ୍କୁ ୬୩ ହଜାର ୨୯୮ ଖଣ୍ଡ ଭୋଟ ମିଳିଛି । ତୃତୀୟରେ ଥିବା ବିଜେଡି ପ୍ରାର୍ଥୀ ମାନସ ମାଡକାମୀଙ୍କୁ ୩୪,୦୮୨ ଖଣ୍ଡ ଭୋଟ ମିଳିଛି ।