ଦଳ ଗଠନ ହେବା ଦିନଠୁ ବିଜେଡି ଶାସକ ଦଳରେ ରହି ଆସିଥିବା ବେଳେ ଏବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁଛି। ଆଜିଠୁ ୧୮ତମ ଲୋକସଭା ଅଧିବେସନ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଥର ପାଇଁ ସିଟ ଖାଲି ପଡିଥିବା ଦେଖିବାକୁ ମିଳିଛି। ଜାତୀୟସ୍ତରରେ ବି ଅସ୍ଥିତ୍ୱ ହରେଇଛି। ଏବେ ମାତ୍ର ୯ ଜଣ ରାଜ୍ୟ ସଭା ଏମପି ଅଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ ଏମିତି କେହି ନାହାନ୍ତି ଯାହାର ସ୍ୱର ଶାଣିତ ବୋଲି କୁହାଯାଇପାରିବ।

ବିଜେଡିର ପ୍ରବକ୍ତା କୁହାଯାଉଥିବା ସସ୍ମିତ ପାତ୍ର ବିଜେପି ସହ ସବୁବେଳେ ସୁସମ୍ପର୍କ ବଜାୟ ରଖନ୍ତି। କାରଣ ସେ ଜାଣନ୍ତି ଯଦି ବିଜେଡି କେଉଁ ନେତା ଭବିଷ୍ୟତରେ ବଳିପଡ଼ନ୍ତି ସେମାନଙ୍କ ମଧ୍ୟରେ ତାଙ୍କ ନାଁ ଆସିବ। ମାନସ ମଙ୍ଗରାଜଙ୍କ ସ୍ୱର ନାହିଁ। ମମତା ମହନ୍ତ, ମୁନା ଖାନ ଓ ନିରଞ୍ଜନ ବିଶିଙ୍କୁ ବେଶୀ କିଛି ଜଣା ନାହିଁ। ଶୁଭାଶିଷ ଖୁଣ୍ଟିଆ ଖୁଣ୍ଟିଆ ଓ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ଯାଇଛନ୍ତି। ସେମାନେ କେତେଦୂର ସ୍ୱର ଉତ୍ତୋଳନ କରିବେ ଜଣା ନାହିଁ। ତଥାପି ଏମାନଙ୍କଠୁ ଆଶା ଅଛି।

ସବୁଠୁ ବଡ଼ କଥା ହେଉଛି ଆଗରୁ ଯେମିତି ବିଜେଡି ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରୁଥିଲା ଆଗକୁ ଆଉ ସେମିତି ହେବନି। ଆଗାମୀ ୫ ବର୍ଷ ମଧ୍ୟରେ ୯ଟି ସିଟ ଖସିଯାଇ ୪ ବି ହୋଇଯାଇପାରେ। ଆଉ ବାକି ସିଟ ବି ତାଙ୍କ ହାତରୁ ପଳେଇବ। ବିଜେଡି ତା’ର ସତ୍ତା ହରେଇ ସାରିଲାଣି। ଲୋକଙ୍କ ନଜରରେ ତଳକୁ ନଖସିବାକୁ ଖାଲି ବଡ଼ ବଡ଼ କଥା କହୁଛନ୍ତି।

Leave a Reply

Your email address will not be published. Required fields are marked *