ରାଜଧାନୀରେ ୟୁଟ୍ୟୁବରଙ୍କୁ ଛୁରି ଭୁଷି ନିର୍ମମ ହତ୍ୟା। ଶନିବାର ରାତିରେ ଭୁବନେଶ୍ୱରର ମଞ୍ଚେଶ୍ୱର ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଜିଜିପି କଲୋନି ଅଞ୍ଚଳରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାଟି ରସୁଲଗଡ଼ର ଏକ ସ୍କୁଲ ଖେଳ ପଡ଼ିଆରେ ଘଟିଥିଲା । ସଂପୃକ୍ତ ଯୁବକଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତୁରନ୍ତ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲ ନିଆ ଯାଇଥିଲା। ପରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ସ୍ଥାନନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତକଙ୍କ ନାମ ରାହୁଲ ମହାରଣା, ସେ ଜଗନ୍ନାଥ ନଗରର ବାସିନ୍ଦା ବୋଲି ଚିହ୍ନଟ କରାଯାଇଛି। ସେ ପଳାସୁଣି ଅଞ୍ଚଳରେ ଅକ୍ସିଜେନ ଗ୍ୟାସ ସିଲିଣ୍ଡର ବ୍ୟବସାୟ କରୁଥିଲେ। ଏହାଛଡ଼ା ସେ ଜଣେ ୟୁଟୁବ୍‌ ବ୍ଲଗର୍‌ ଭାବେ ପରିଚିତ । ଗତକାଲି ରାତିରେ ମୃତକ ଓ ତାଙ୍କର ୪ ସାଙ୍ଗ ଏକ ପାର୍କରେ ବସିଥିଲେ। ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଏହା ଉଗ୍ରରୂପ ନେଇଥିଲା । ପୋଲିସ ଶୀଘ୍ର ଘଟଣାସ୍ଥଳରେ ପହଞ୍ଚି ସମସ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି ଯେ ତଦନ୍ତ ଜାରି ରହିଛି

ଡେପୁଟି ପୋଲିସ କମିଶନର (ଡିସିପି) ଜଗମୋହନ ମୀନାଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ମଞ୍ଚେଶ୍ୱର ପୋଲିସ ଏବଂ ଏକ ସ୍ୱତନ୍ତ୍ର ସ୍କ୍ବାଡ୍ ସହିତ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଛନ୍ତି।

ପୋଲିସ କହିଛି ଯେ ଗତ ପ୍ରାୟ ଦୁଇମାସ ପୂର୍ବରୁ ରାହୁଲଙ୍କର ଏକ ବିହାରୀ ଗୋଷ୍ଠୀ ସହ କୌଣସି କାରଣରୁ ବିବାଦ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଥାନାକୁ ଯାଇଥିଲା। ଥାନାରେ ଉଭୟ ପକ୍ଷଙ୍କୁ ଡକାଇ ପୁଲିସ ବିବାଦର ଆପୋସ ସମାଧାନ କରିଥିଲା। କିନ୍ତୁ ତା’ପରଠାରୁ ରାହୁଲଙ୍କ ସହ ବିହାରୀ ଗୋଷ୍ଠୀର ଛକାପଞ୍ଝା ଲାଗିରହିଥିଲା ।

ଏହି ହତ୍ୟାକାଣ୍ଡରେ ତିନି ଜଣ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି ଏବଂ ତଦନ୍ତର ଏକ ଅଂଶ ସ୍ୱରୂପ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରାଯାଉଛି।

Leave a Reply

Your email address will not be published. Required fields are marked *