କାଳ ହେଲା ସମ୍ପତ୍ତି ଲୋଭ। ବାପାର ବୋମାମାଡ଼ରେ ସାନ ପୁଅର ମୃତ୍ୟୁ ହୋଇଛି। ବାଣପୁର ଥାନା ସାହସପୁର ଶାନ୍ତିନଗରରେ ଏଭଳି ଘଟଣା ଘଟିଛି। ବଡ଼ ପୁଅକୁ ମାରିବାକୁ ଯାଇଥିବା ବେଳେ ଅଘଟଣ ଘଟିଛି। ସଂପତ୍ତିକୁ ନେଇ ବଡ଼ ପୁଅ ସହ ଦୀର୍ଘଦିନ ହେବ ବିବାଦ ଥିଲା। ବାପା ସାନ ପୁଅ ସହ ବଡ଼ ପୁଅକୁ ମାରିବାକୁ ଯାଇଥିବା ବେଳେ ଅଘଟଣ ଘଟିଥିଲା। ବଡ଼ପୁଅକୁ ବୋମା ଫିଙ୍ଗିବା ବେଳେ ଅସାବଧାନତାବଶତଃ ସାନ ପୁଅକୁ ବାଜିଥିଲା। ଏହି ଘଟଣାରେ ପୋଲିସ ବାପା ଓ ବଡ଼ ପୁଅଙ୍କୁ ଅଟକ ରଖିବା ସହ ବନ୍ଧୁକ ଜବତ କରିଛି।

Leave a Reply

Your email address will not be published. Required fields are marked *