କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳରେ ଯୋଗ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଘରେ ପଶି ଛୁରି ଦେଖାଇ ଯୋଗ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ସଦର୍ ଥାନା ଅନ୍ତର୍ଗତ ମୁଣ୍ଡାଳ ଗାଁରେ ଘଟିଛି ଏହି ଅଘଟଣ । ଦୁଷ୍କର୍ମର ଶିକାର ହୋଇଥିବା ମହିଳା ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏନେଇ ପୀଡ଼ିତାଙ୍କ ପକ୍ଷରୁ ସ୍ଥାନୀୟ ଥାନାରେ ଏତଲା ଦିଆଯାଇଛି । ତେବେ ଅଭିଯୁକ୍ତ ଜଣଙ୍କ ସ୍ଥାନୀୟ ମୁଣ୍ଡାଳ ଗାଁର ବାପି ମଲିକ ବୋଲି ଜାଣିବାକୁ ମିଳିଛି।

ସୂଚନା ଯୋଗ୍ୟ; କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳରେ ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ପୀଡିତା ଯୋଗ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରନ୍ତି ।  ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ମୁଣ୍ଡାଳ ଗାଁରେ ଥିବା ତାଙ୍କ ଭଡ଼ାଘର କବାଟ ଭାଙ୍ଗି ଜଣେ ଯୁବକ ଘର ଭିତରକୁ ପଶି ଥିଲେ । ମହିଳା ଜଣକ ଏକା ଥିବା ଦେଖି ଘରେ ପଶିଥିଲା ଦୁର୍ବୃତ୍ତ। ଯୁବକ ଜଣଙ୍କ ମୁହଁରେ କଳା କପଡା ବାନ୍ଧିଥିବା ବେଳେ ହାତରେ ଏକ ଧାରୁଆ ଅସ୍ତ୍ର ଧରିଥିବା ମହିଳା ଦେଖିବାକୁ ପାଇଥିଲେ ।  ଏହା ପରେ ଯୁବକ ଜଣକ ତାଙ୍କ ସହ ଦୁଷ୍କର୍ମ କରିଥିବା ଜଣାପଡିଛି । ପୀଡିତା ଯୁବକଙ୍କ ମୁହଁରୁ କପଡା ଟାଣି ଦେବାପରେ ସେ ସ୍ଥାନୀୟ ମୁଣ୍ଡାଳ ଗାଁର ବାପି ମଲିକ ବୋଲି ଜାଣିବାକୁ ପାଇଥିଲେ । ଏହାପରେ ଏନେଇ ପୀଡ଼ିତାଙ୍କ ପକ୍ଷରୁ ସ୍ଥାନୀୟ ଥାନାରେ ଏତଲା ଦିଆଯାଇଛି ।

Leave a Reply

Your email address will not be published. Required fields are marked *