ଆଦିବାସୀ ଅଧ୍ଯୁଷିତ କନ୍ଧମାଳରେ ଖାଇବାକୁ ନପାଇ ଆମ୍ବ ଟାକୂଆ ଜାଉ ଖାଇ ଲୋକେ ଜୀବନ ହାରିଥିବାବେଳେ ଚର୍ଚ୍ଚାରେ ରହି ଆସୁଥିବା ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ପିଡ଼ିଏସ୍ ସାମଗ୍ରୀ ପାଉଥିବା ହିତାଧିକାରୀଙ୍କୁ ପୋକ ସାଲୁବାଲୁ ଚାଉଳ ଦିଆଯାଇଛି। ଏ ନେଇ ଜିଲ୍ଲା ଯୋଗାଣ ବିଭାଗର ପରିଚାଳନା ଉପରେ ପ୍ରଶ୍ନ ଉଠିଛି। ରାୟଗଢ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ହାଡିଗୁଡା ପଞ୍ଚାଯତରେ ଏହି ଏଭଳି ଅବ୍ୟବସ୍ଥା ସମ୍ପର୍କରେ ଲୋକଲୋଚନକୁ ଆସିଛି ।

ପଞ୍ଚାୟତର ଖାଉଟି କାର୍ଡଧାରୀଙ୍କୁ ଏହି ପଞ୍ଚାୟତର ୧୭ଟି ଗାଁର ଲୋକଙ୍କୁ ଚାଉଳ ଦିଆଯାଇଛି। ଆଦିବାସୀପ୍ରବଣ ଏହି ଅଞ୍ଚଳରେ ନିରୀହ ଲୋକଙ୍କ ନିରକ୍ଷରତାର ଫାଇଦା ନେଇ ପୋକ ସାଲୁବାଲୁ ପିଡିଏସ୍ ଚାଉଳ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହିଭଳି ପୋକା ଚାଉଳ ନେବାକୁ ମନା କରି ଫେରାଇ ଦେଇଥିବା ଜଣାପଡ଼ିଛି।

ସୂଚନା ଯୋଗ୍ୟ; ପୂର୍ବରୁ ଲୋକଙ୍କୁ ଠିକ୍ ସମୟରେ ଭଲ ଚାଉଳ ପ୍ରଦାନ କରାଯାଉଥିବା ବେଳେ ବର୍ତ୍ତମାନ କାହିଁକି ପୋକ ସାଲୁବାର ଚାଉଳ ଦିଆଯାଇଛି ବୋଲି ଗ୍ରାମବାସୀ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଥିଲେ।

 

Leave a Reply

Your email address will not be published. Required fields are marked *