World leaders gather at India AI Impact Summit 2026
ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି । ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟରେ ୨୦ରୁ ଅଧିକ ରାଷ୍ଟ୍ରମୁଖ୍ୟ ଏକାଠି ହୋଇଛନ୍ତି ।
 
ସମ୍ମିଳନୀରେ ଶ୍ରୀଲଙ୍କା, ସ୍ପେନ୍, ଇଷ୍ଟୋନିଆ ରାଷ୍ଟ୍ରପତି ଯୋଗ ଦେଇଛନ୍ତି । ସେହିପରି ଭୁଟାନ୍, ଫିନଲାଣ୍ଡ, କାଜାଖାସ୍ତାନ, ଫିନଲାଣ୍ଡ, ମରିସସ, ଗ୍ରୀସ୍, କ୍ରୋଏସିଆ ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଷ୍ଟ୍ରର ଉପରାଷ୍ଟ୍ରପତି ମଧ୍ୟ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ସମ୍ମିଳନୀରେ ଯୋଗ ଦେଇଛନ୍ତି ।
 
ଏହି ସମ୍ମିଳନୀରେ ବିଭିନ୍ନ ରାଷ୍ଟ୍ର ଓ ସରକାରଙ୍କ ମୁଖ୍ୟ, ମନ୍ତ୍ରୀ, ବିଶ୍ୱ ପ୍ରଯୁକ୍ତି ନେତୃବର୍ଗ, ଭାଗ ନେଇଛନ୍ତି । ସମାବେଶୀ ବିକାଶକୁ ଆଗେଇ ନେବା, ସାର୍ବଜନୀନ ପ୍ରଣାଳୀକୁ ସୁଦୃଢ଼ କରିବା ଏବଂ ଦୀର୍ଘସ୍ଥାୟୀ ବିକାଶକୁ ସକ୍ଷମ କରିବା ଲାଗି ଏଆଇର ଭୂମିକାକୁ ନେଇ ସମ୍ମିଳନୀରେ ବିଚାରବିମର୍ଶ କରାଯାଉଛି ।
 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉଦଘାଟନୀ ଅଭିଭାଷଣ ଦେବେ । ଏହି ଅବସରରେ ସେ ସମାବେଶୀ ଏବଂ ଉତ୍ତରଦାୟୀ ଏଆଇ ପାଇଁ ବିଶ୍ୱସ୍ତରୀୟ ସହଯୋଗ ଏବଂ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିବେ ।
 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀରେ ଯୋଗ ଦେଇ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ମହାନ ଅତିଥିଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି। ଏହି ସମ୍ମିଳନୀ ବିଶ୍ୱ ଏଆଇ କାର୍ଯ୍ୟସୂଚୀ ଗଠନ ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ଭାବରେ ଭାରତର ଭୂମିକାକୁ ସୁଦୃଢ଼ କରିବ ।

By Nirvay

Leave a Reply

Your email address will not be published. Required fields are marked *