Oplus_131072

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଛଞ୍ଚୁଣିଆରେ ବିଜେପି ନେତ୍ରୀଙ୍କ ଗାଡ଼ି ଜାଳି ଦେଇଛନ୍ତି ଦୁର୍ବୃତ୍ତ । ବରିଷ୍ଠ ବିଜେପି ନେତ୍ରୀ ଗୀତାଞ୍ଜଳୀ ସେଠୀଙ୍କ ବାସଭବନରେ ରଖାଯାଇଥିବା ଗାଡ଼ି ରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି । ଭୋର ପ୍ରାୟ ୪ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ପୋଡ଼ିଯାଇଛି ଘରର ଝରକା । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ଘର ଭିତରକୁ ଧୂଆଁ ପଶିବା ପରେ ଏବଂ ଏକ ଶବ୍ଦ ହେବା ପରେ ପରିବାର ଲୋକେ ବାହାରକୁ ଆସିଥିଲେ । ନିଆଁ ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଦୁଇଟି ଅଗ୍ନିଶମ ବାହିନୀ ଗାଡ଼ି ପହଁଚି ନିଆଁଙ୍କୁ ଆୟତ୍ତ କରିଛନ୍ତି । କିଏ ଓ କାହିଁକି ନିଆଁ ଲଗାଇଛି ତାହା କିଛି ସ୍ପଷ୍ଟ ହୋଇ ନାହିଁ । ଏହି ବ୍ୟକ୍ତିଗତ ଶତ୍ରୁତା ନାଁ ରାଜନୈତିକ ଶତ୍ରୁତା ଯୋଗୁଁ ହୋଇଛି ସେ ନେଇ କିଛି ଜଣାପଡ଼ି ନାହିଁ । ଡେରାବିଶ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *