Woman BDO ‘attacked’ inside office
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ଏକ ଅଭାବାନୀୟ ଘଟଣା ଘଟିଛି । ମହିଳା ବିଡିଓଙ୍କ ଅଫିସରେ ପଶି ସଂଘବଦ୍ଧ ଆକ୍ରମଣ ଉଦ୍ୟମ କରିଥିବା ସୂଚନା ମିଳିଛି ।
 
ଠିକା କାମକୁ ନେଇ ବିଡିଓ ତିଳୋତ୍ତମା ପୃଷ୍ଟିଙ୍କୁ ଦୁର୍ବୃତ୍ତ ମାନେ ଦୁର୍ବ୍ୟବହାର ସହ ଆକ୍ରମଣ କରିଥିବା ସୂଚନା ମିଳିଛି । ସମ୍ପୂର୍ଣ୍ଣ ଘଟଣା ସିସି ଟିଭି କ୍ୟାମେରାରେ କଏଦ ହୋଇଛି ।
 
ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ପ୍ରାୟ ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ଜଣେ ସ୍ଥାନୀୟ ନେତା ୩୦ ରୁ ଅଧିକ ସମର୍ଥକଙ୍କ ସହିତ ରାଜନଗର ବିଡିଓ ତିଳୋତ୍ତମା ପୃଷ୍ଟିଙ୍କ ଚାମ୍ବରରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଗୋଷ୍ଠୀ ଅଧିକାରୀଙ୍କୁ ଘେରି ବେଆଇନ ବିଲ୍ ମଞ୍ଜୁର କରିବା ଏବଂ କାମ ମଞ୍ଜୁର କରିବା ପାଇଁ ସେମାନେ ଦାବି କରିଥିଲେ ।
 
ଯଦି ସେମାନଙ୍କର ଦାବି ପୂରଣ ନ ହୁଏ ତେବେ ଆଗକୁ ପରିସ୍ଥିତି ଗମ୍ଭୀର ହେବ ବୋଲି ସେମାନେ ବିଡିଓଙ୍କୁ ଧମକ ମଧ୍ୟ ଦେଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *