ପୁଣି ଜଣେ ମହିଳା ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଅଭିଯୋଗ ଏବେ ସମ୍ନାକୁ ଆସିଛି। ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପୁରୁଣା ଥାନା ସମ୍ମୁଖ ଅଞ୍ଚଳରେ ଆତ୍ମାହୁତି ଅଭିଯୋଗ ହୋଇଛି। ପାରିବାରିକ କଳହରୁ ଦେହରେ ନିଆଁ ଲଗାଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ କଟକ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଯୋଗ୍ୟ; ଢେଙ୍କାନାଳ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପୁରୁଣା ଥାନା ସମ୍ମୁଖରେ ପାରିବାରିକ କଳହରୁ ମହିଳା ଜଣକ ନିଜ ଦେହରେ ନିଆଁ ଲଗାଇ ପୋଡି ହୋଇଯାଇଥିବା ଜଣାପଡିଛି । ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଘରୋଇ ଫାଇନାନ୍ସ କମ୍ପାନୀରୁ ଋଣ ଆଣି ସୁଝି ପାରିନଥିଲେ ସଂପୃକ୍ତ ମହିଳା । କିସ୍ତି ଟଙ୍କା ସୁଝି ନପାରିବାରୁ ଲୋକଲଜ୍ଜା ଭୟରେ ଶାଢ଼ିରେ ନିଆଁ ଲଗାଇ ଜଳି ଯାଇଥିବା ସୂଚନା ମିଳିଛି । ମହିଳାଙ୍କ ଶରୀରର ୫୦ ପ୍ରତିଶତ ପୋଡି ଯାଇଥିବା ଜଣାପଡିଛି । Post navigation ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ସବୁ ସରକାରୀ କାର୍ଯ୍ୟାଳୟରେ ଲାଗିବ AI କ୍ୟାମେରା