କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ-ହତ୍ୟା ଘଟଣାରେ ଆନ୍ଦୋଳନ ଏବେ ବି ଜାରି ରହିଛି। ଜୁନିୟର ଡାକ୍ତରମାନେ ମମତା ବାନାର୍ଜୀ ସରକାରକୁ ବିରୋଧ କରୁଥିବା ବେଳେ ବିବାଦ ଲାଗି ରହିଛି। ଜୁନିୟର ଡାକ୍ତର ନ୍ୟାୟ ଦାବିରେ ଧର୍ମଘଟରେ ବସିଛନ୍ତି। ତେବେ ଧର୍ମଘଟ ବନ୍ଦ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିବା ବେଳେ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ମନ୍ତ ଗୁରୁବାର ଆନ୍ଦୋଳନକାରୀ ଡାକ୍ତରମାନଙ୍କୁ ଅନୌପଚାରିକ ଆଲୋଚନା ପାଇଁ ଡାକିଥିଲେ। କିନ୍ତୁ ମମତା ବାନାର୍ଜୀ ଦୁଇ ଘଣ୍ଟା ଧରି ଅପେକ୍ଷା ସତ୍ତ୍ୱେ ଡାକ୍ତରମାନେ ଆଲୋଚନା କରିବାକୁ ପ୍ରସ୍ତୁତ ନଥିଲେ।

ଏ ନେଇ ମମତା ବାନାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀ କରି ଜନସାଧାରଣ ପଚାରିଥିଲେ। କ୍ଷମା ମାଗି କାର୍ଯ୍ୟରେ ଡାକ୍ତରଙ୍କୁ ନିବେଦନ କରିଥିଲେ। ଏଥିସହ କ୍ଷମତାର ଲୋଭ ନାହିଁ, ଲୋକଙ୍କ ସ୍ୱାର୍ଥ ପାଇଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ। ମୋତେ ମୁଖ୍ୟମନ୍ତ୍ରୀ ପଦବୀର ଆବଶ୍ୟକତା ନାହିଁ, ଦୋଷୀ ଦଣ୍ଡ ପାଆନ୍ତୁ ଓ ସାଧାରଣ ଲୋକଙ୍କୁ ନ୍ୟାୟ ମିଳିବା ଉଚିତ ବୋଲି କାହିଥିଲେ।

Leave a Reply

Your email address will not be published. Required fields are marked *