ରାଜ୍ୟରେ ହଠାତ୍ କାହାର ରାସନକାର୍ଡ କଟାଯିବନି । ଏ ନେଇ ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ରାଜ୍ୟରେ ହଠାତ୍ କାହାର ରାସନକାର୍ଡ କଟାଯିବନି । ୩୦ ଲକ୍ଷ ୭୩୪ ଲୋକ e-KYCକରିନାହାନ୍ତି । ୩୧ ମାର୍ଚ୍ଚ ପରେ ଜଣାପଡ଼ିବ କେତେ ଲୋକ e-KYC କରିନାହାନ୍ତି । ମାର୍ଚ୍ଚ ପରେ ଫିଲ୍ଡ ଭିଜିଟ୍ କରି ଯାଞ୍ଚ କରାଯିବ । ୬ ଲକ୍ଷ ୩୫ହଜାର ପୋର୍ଟାଲ ଜରିଆରେ ପୂର୍ବରୁ ଆବେଦନ କରିଛନ୍ତି । ଏବେ ସେମାନଙ୍କ ସର୍ଭେ ଚାଲିଛି । ଏପ୍ରିଲ ୧୫ ସୁଦ୍ଧା ଏହି ସର୍ଭେ କାର୍ଯ୍ୟ ସରିବ । ସରକାର ନୂଆ ପୋର୍ଟାଲ ଖୋଲିଛନ୍ତି । ଏଥିରେ ୫୦ ହଜାର ଆବେଦନ ଆସିଛି । ସର୍ଭେ ପରେ ନୂଆ ହିତାଧିକାରୀ ସେମାନଙ୍କର ରାସନ ସାମଗ୍ରୀ ପାଇବେ । Post navigation ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ରମାକାନ୍ତ ରଥଙ୍କ ଶେଷକୃତ୍ୟ; ଦୁଃଖ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ କଲେ ଘୋଷଣା ଅମିତ ଶାହଙ୍କ ଗସ୍ତକୁ ନେଇ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ