ପ୍ରବଳ ରାଜନୈତିକ ଚାପରେ ପଡ଼ିଛନ୍ତି ଏକଦା ଅତ୍ୟନ୍ତ ଶକ୍ତିଶାଳୀ ଏବଂ ସୁପର ସିଏମ୍ ବୋଲାଉଥିବା ଭିକେ ପାଣ୍ଡିଆନ। କିନ୍ତୁ ପୂର୍ବତନ ବିଜଦ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଅମୋଘ ଅସ୍ତ୍ର ପ୍ରୟୋଗ ପରେ କିଏ ସୁରକ୍ଷା ଦେବ ପାଣ୍ଡିଆନଙ୍କୁ। ବର୍ତମାନ କେବଳ ନବୀନ ପଟନାୟକ ବାହାରି ପାରିବେ ତାଙ୍କର ଦୀର୍ଘକାଳ ବ୍ୟକ୍ତିଗତ ସଚିବ ଥିବା ପାଣ୍ଡିଆନଙ୍କୁ ସୁରକ୍ଷା ଦେବାପାଇଁ। କିନ୍ତୁ ଏହା କ’ଣ ତାଙ୍କ ପକ୍ଷେ ଉଚିତ ହେବ କି ? ନବୀନ ନିଜେ ବଡ଼ ବିବାଦ ଝଡ଼କୁ ଆମନ୍ତ୍ରଣ କରିବାକୁ ଯିବେ କି ?

ପାଣ୍ଡିଆନଙ୍କ ପାଇଁ ହଠାତ ଯେଉଁ ପରିସ୍ଥିତି ସୃଷ୍ଟି ହେଲା ସେଥ‌ିପାଇଁ ବିଜେଡ଼ି ନିଜେ ଦାୟୀ। ଚର୍ଚ୍ଚା ହେଉଛି ଯେ ଖୋଦ ପାଣ୍ଡିଆନ ହିଁ ନିଜକୁ ବିପଦ ମୂହଁକୁ ଠେଲି ଦେଇଛନ୍ତି ।

ବିଜଦର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ପ୍ରସନ୍ନ ପାଟ୍ଟଶାଣୀ ଅମରଙ୍କୁ ସମର୍ଥନ କରିବା ଏବଂ ପାଣ୍ଡିଆନଙ୍କ ଯୋଗୁ ସେ ଦଳ ଛାଡ଼ିଥିବା କହିବା ପରେ ତାଙ୍କ ସ‌ହ ବିଜଦ ପ୍ରବକ୍ତା ଲେନିନ କିମ୍ବା ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ ଆଦୌ ଲାଗିବା ଉଚିତ ନଥୁଲା । ଅବଶ୍ୟ ପାଟ୍ଟଶାଣୀ ନିର୍ଭୟ ଚର୍ଜାକୁ କହିଛନ୍ତି ଯେ ଏହା ସେମାନଙ୍କର ସ୍ୱର ନୁହେଁ, ପାଣ୍ଡିଆନ ମୋ ବିରୋଧରେ କୁହାଇଛନ୍ତି ।

ପାଟ୍ଟଶାଣୀଙ୍କୁ ୪ଟି ଟିକେଟ ମାଗିଥିଲେ କହି ଛୋଟ ଦେଖାଇବାକୁ ବିଜଦର ଉଦ୍ୟମ ପାଣ୍ଡିଆନଙ୍କୁ କିନ୍ତୁ ମହଙ୍ଗା ପଡ଼ିଛି । ଦୁଇଟି ଅମୋଘ ବାଣ ମାରିଛନ୍ତି ପ୍ରସନ୍ନ, ଯାହାର କୌଣସି ପ୍ରତ୍ୟୁତ୍ତର ନାହିଁ ବିଜଦ ପାଖରେ । କୌଣସି ପ୍ରବକ୍ତା କିମ୍ବା ନେତା ବାହାରି ନାହାନ୍ତି ପାଣ୍ଡିଆନଙ୍କ ସପକ୍ଷରେ ।

ପାଣ୍ଡିଆନଙ୍କ ବିରୋଧରେ ସିଧା ଅଭିଯୋଗ କରିଛନ୍ତି ପାଟ୍ଟଶାଣୀ। ଏହାର ଉତ୍ତର କିଭଳି ଦେବେ ଲେନିନ କିମ୍ବା ଦେବାଶିଷ ?

Leave a Reply

Your email address will not be published. Required fields are marked *