ରାଜ୍ୟରେ ବିଜେପି ପ୍ରଥମଥର ପାଇଁ ସରକାର ଗଠନ କରିବାକୁ ଯାଉଥିବା ବେଳେ ଆଜି ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝି ଶପଥ ନେବାକୁ ଯାଉଛନ୍ତି । ଜନତା ମୈଦାନରେ ଅପରାହ୍ନ ୪ଟା ୪୫ ମିନିଟ୍ ସମୟରେ ଦୁଇ ଉପମୁଖ୍ୟମନ୍ତ୍ରୀ ସିଂହଦେଓ ଓ ପ୍ରଭାତି ପରିଡ଼ାଙ୍କ ସହ ଶପଥ ନେବେ ମୋହନ ମାଝୀ ।

ତାଙ୍କ ସହ ମନ୍ତ୍ରିମଣ୍ଡଳରେ ଆଉ କେଉଁ ମନ୍ତ୍ରୀ ସାମିଲ ହେବେ ସେନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଶପଥ ନେବା ପୂର୍ବରୁ ସମ୍ଭାବ୍ୟ ମନ୍ତ୍ରୀପଦ ପାଇଁ ନବ ନିର୍ବାଚିତ ବିଧାୟକଙ୍କ ନିକଟକୁ ଗୋଟେ ପରେ ଗୋଟେ ଫୋନ୍‌ କଲ୍‌ ଯାଉଛି।

ସୂଚନା ମୁତାବକ, ଭାଜପାର ରଣପୁର ବିଧାୟିକା ସୁରମା ପାଢ଼ୀଙ୍କ ସମେତ ଚିଲିକା ବିଧାୟକ ପୃଥ୍ବୀରାଜ ହରିଚନ୍ଦନ, ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଗୋପାଳପୁର ବିଧାୟକ ବିଭୂତି ଜେନା, ପାରାଦୀପ ବିଧାୟକ ସମ୍ପଦ ସ୍ବାଇଁ, ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ, କୁଚିଣ୍ଡା ବିଧାୟକ ରବି ନାଏକ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ମୋରଡ଼ା ବିଧାୟକ କୃଷ୍ଣଚନ୍ଦ୍ର ମହାପାତ୍ର ଓ ପୁର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ହରାଇଥିବା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ନିକଟକୁ ଏପର୍ଯ୍ୟନ୍ତ ଫୋନ୍‌ କଲ୍‌ ଯାଇଥିବା ଜଣାପଡ଼ିଛି।

ତେବେ କେଉଁ ମାନେ ମନ୍ତ୍ରୀ ହେବେ ସେ ନେଇ ଦଳ ପକ୍ଷରୁ ଘୋଷଣା କରାଯାଇ ନାହିଁ। କିନ୍ତୁ ପରମ୍ପରା ମୁତାବକ ଯେଉଁ ବିଧାୟକ ମାନଙ୍କ ପାଖକୁ ଫୋନ୍‌ କଲ ଯାଏ ସେଇ ମାନଙ୍କୁ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ କୁହାଯାଇଥାଏ। ଏବେ ଖାଲି କେଉଁ ବିଧାୟକଙ୍କୁ ମିଳିଲା କେଉଁ ମନ୍ତ୍ରୀ ପଦ ତାହା ନେଇ ରହିଛି ସମସ୍ତଙ୍କ ନଜର।

Leave a Reply

Your email address will not be published. Required fields are marked *