କିଏ ହେବ ବିରୋଧୀ ଦଳ ନେତା ? ସେ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ। ବିଜୁ ଜନତା ଦଳ ଗଠନ ହେବା ଦିନଠୁ ସବୁବେଳେ ଶାସକ ଦଳରେ ରହିଆସିଛି। ପ୍ରଥମ ଥର ପାଇଁ ବିଜେଡି ବିରୋଧୀ ଦଳ ଭାବେ କାମ କରିବ। ଚଳିତ ନିର୍ବାଚନରେ ବିଜେଡି ମାତ୍ର ୫୧ଟି ଆସନ ହାତେଇଛି। ଶ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗୋଟିଏ ସିଟ ଜିତିଥିବା ବେଳେ ଗୋଟିଏ ହାରିଯାଇଛନ୍ତି। ଏବେ କିଏ ଧରିବ ବିରୋଧୀ ଦଳର ମଙ୍ଗ ସେ ନେଇ ଚାଲିଛି ବିଚାର ବିମର୍ଷ।

ଯେହେତୁ ନବୀନ ବାବୁ ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଆସିଥିଲେ ବାସ୍ତବରେ ସେ ନେତୃତ୍ୱ ନେବା କଥା। ହେଲେ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଓ ବୟସାଧିକ ଯୋଗୁଁ ଯଦି ଅନ୍ୟ କେହି ନେତୃତ୍ୱ ଦାୟିତ୍ୱ ନିଅନ୍ତି ତେବେ ଭଲ ହୁଅନ୍ତା ଓ ବିରୋଧୀ ଦଳର ସ୍ୱର ଶାଣିତ ହୋଇପାରନ୍ତା। ଯୁବ ନେତୃତ୍ବଙ୍କ ମଧ୍ୟରେ ପ୍ରସନ୍ନ ଆଚାର୍ଯ୍ୟ, ଅରୁଣ ସାହୁ, ନିରଞ୍ଜନ ପୂଜାରୀ, କଳିକେଶ ସିଂହଦେଓ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ ଦେବ ଓ ସାରଦା ନାୟକଙ୍କ ନାମ ଅନ୍ୟତମ। ଏମାନଙ୍କୁ ନେତୃତ୍ୱ ଦେବାର ସୁଯୋଗ ଦେବା ଉଚିତ।

ଅପରପକ୍ଷରେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ଲୋକଙ୍କ ନିକଟକୁ ନଯାଇ ଅଫିସର ଓ ନେତାଙ୍କ ଦ୍ୱାରା କାମ କରାଇଦେଉଥିଲେ। ହେଲେ ବିରୋଧୀ ଦଳକୁ ସବୁବେଳେ ଦମ୍ଭ ହେବାକୁ ପଡ଼ିବ। ସେ କେବେ ଗୃହକୁ ଯାଆନ୍ତି ନାହିଁ। ସେ ଶାନ୍ତ ସ୍ୱଭାବର।

ହେଲେ ବିରୋଧୀ ଦଳ ନେତା ଦମ୍ଭ ହେଲେ ଶାସକ ଦଳ ଉତ୍ତରଦାୟୀ ରହିବ। ବିରୋଧୀଙ୍କୁ ସବୁବେଳେ ଶାସକ ଦଳକୁ ଟାର୍ଗେଟ କରିବାକୁ ପଡ଼ିବ। ଗୃହରେ ଯେକୌଣସି ବିଷୟରେ ନିଜର ମତ ରଖିବା ଜରୁରୀ। ତାହେଲେ ରାଜ୍ୟ ଶାସନ ଠିକ ଚାଲିବ। ହେଲେ ଏସବୁ ନବୀନ ବାବୁଙ୍କ ଦ୍ୱାରା ସମ୍ଭବ ନୁହେଁ। ତେଣୁ ଜଣେ ଯୁବ ନେତୃତ୍ୱଙ୍କୁ ଦାୟିତ୍ୱ ଦେବା ବୁଦ୍ଧିମାନର ପରିଚୟ ହେବ।

Leave a Reply

Your email address will not be published. Required fields are marked *