ନନ୍ଦନକାନନରେ ଧଳା ବାଘ ଶାବକର ମୃତ୍ୟୁ। ସେ ଗତ ମାର୍ଚ୍ଚରୁ ଅସୁସ୍ଥ ଥିବାବେଳେ ଆଜି ଆଖି ବୁଜିଛି । ଜନ୍ମ ହେବାର ମାତ୍ର ସାତ ମାସ ପରେ ଧଳା ବାଘ ଶାବକର ମୃତ୍ୟୁ ହୋଇଥିବା ଜଣାପଡିଛି । ଗତବର୍ଷ ନଭେମ୍ବର ୨ରେ ବାଘୁଣୀ ରୂପା ଶାବକ ଜନ୍ମ ଦେଇଥିଲା। ମାର୍ଚ୍ଚରେ ବାଘ ଶବକର ଗୋଡ଼ରେ ଘା’ ହେବାରୁ ଅସୁସ୍ଥ ହୋଇଥିଲା । ସୂଚନା ଯୋଗ୍ୟ; ୬ ବର୍ଷର ରୂପା ଓ କ୍ରୀଷ୍ଣାର ମିଳନରେ ଗତ ନଭେମ୍ବର ୨ରେ ଧଳା ବାଘ ଛୁଆ ଜନ୍ମ ନେଇଥିଲା । ରୂପା ତୃତୀୟ ଥର ଗର୍ଭବତୀ ହେବା ପରେ ୪ଟି ଛୁଆ ଜନ୍ମ ଦେଇଥିଲା । ସେଥିରୁ ଗୋଟିଏ ଶାବକର ମାର୍ଚ୍ଚ ମାସରେ ଗୋଡ଼ରେ ଘା ସୃଷ୍ଟି ହୋଇଥିଲା । ସେବେଠାରୁ ତାର ଚିକିତ୍ସା ଚାଲିଥିଲା । ଶେଷରେ ଧଳା ଶାବକର ମୃତ୍ୟୁ ହୋଇଛି । Post navigation ବିଜେଡିରୁ ବିଦା ହେଲେ ବିଭୁ ପ୍ରସାଦ ପ୍ରକାଶ ପାଇଲା ଜେଇଇ ଆଡ୍ଭାନ୍ସ ରେଜଲ୍ଟ