ଓଡ଼ିଶାର ପ୍ରଥମ ଭାଜପା ସରକାର ୫ ମାସ ଶେଷ କରି ୬ମାସରେ ପାଦ ଦେଇଛି । ଏହି ୫ ମାସ ଭିତରେ ମୋହନ ସରକାର ଅନେକଗୁଡ଼ିଏ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି । କିନ୍ତୁ ଅନେକ ନିଷ୍ଠରିକୁ ଅପେକ୍ଷା କରିଛନ୍ତି ଜନତା । ଜନାଦେଶ ଅନୁସାରେ ପୁର୍ବ ନବୀନ ସରକାରଙ୍କ ଦୁର୍ନୀତି ପେଡ଼ି ଖୋଲିବା ପାଇଁ ଭାଜପାକୁ କ୍ଷମତା ମିଳିଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଗୋଟିଏ ବି ଦୁର୍ନୀତି ଉପରେ ତଦନ୍ତ ଆଦେଶ ଦେଇନାହାନ୍ତି ସରକାର ।

ଏକ ଅସମ୍ପୂର୍ଣ ମନ୍ତ୍ରୀମଣ୍ଡଳର ନେତୃତ୍ବ ନେଉଛନ୍ତି ମୋହନ ମାଝୀ । ୨୨ ଜଣଙ୍କ ବଦଳରେ ପ୍ରଥମ ଭାଜପା ମନ୍ତ୍ରୀ ମନ୍ତ୍ରିମଣ୍ଡଳରେ ୧୬ ଜଣ ମନ୍ତ୍ରୀ ସ୍ଥାନ ପାଇଥିଲେ। ତେବେ ତଳେ ବାକି ୬ଟି ମନ୍ତ୍ରୀ ପଦ କାହିଁକି ରଖାଗଲା । ପୁଣି କେବେ ଏହାକୁ ପୂରଣ କରାଯିବ ତାହା ନେଇ ଏବେ ପ୍ରଶ୍ନ ଉଠୁଛି ।

ନିର୍ବାଚନର ଇତି ମଧ୍ଯରେ ୫ ମାସ ପୂରଣ ହୋଇସାରିଛି । ମୋହନଙ୍କ ମନ୍ତ୍ରୀମଣ୍ଡଳରେ ପ୍ରଥମଥର ନିର୍ବାଚିତ ହୋଇଥିବା ସଦସ୍ୟଙ୍କ ସଂଖ୍ୟା ଯଥେଷ୍ଟ ଅଧିକ । ଅର୍ଥାତ ୧୬ ଜଣିଆ ମନ୍ତ୍ରିମଣ୍ଡଳରେ ୮ ଜଣ ହେଉଛନ୍ତି ଅରଖ ନୂଆ। ତେଣୁ ଏକ ଅନଭିଜ୍ଞ ମନ୍ତ୍ରୀ ପରିଷଦ ନେତୃତ୍ଵ ନେଉଛନ୍ତି ମୋହନ । ଏହି ୫ ମାସ ଭିତରେ ମୁଖ୍ୟମନ୍ତ୍ରୀ ଓ ତାଙ୍କର ମନ୍ତ୍ରୀମଣ୍ଡଳରେ ଥିବା ମନ୍ତ୍ରୀ ମାନେ ଲୋକଙ୍କ ଭରସା ଜିତି ପାରିନାହାନ୍ତି । ପ୍ରଶ୍ନ ହେଉଛି ମନ୍ତ୍ରିମଣ୍ଡଳରେ ଖାଲି ପଡ଼ି ଡ଼ି ଥିବା ୬ଟି ସ୍ଥାନ ପୂରଣ ହେବ କେବେ ?

Leave a Reply

Your email address will not be published. Required fields are marked *