ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ପବନ ସହ ବର୍ଷା ଓ କୋହଲା ପାଗ ଦେଖିବାକୁ ମିଳିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳରେ ହେବାକୁ ଥିବା ବାତ୍ୟା ‘ପେଙ୍ଗଲ’ ପ୍ରଭାବରେ ରାଜ୍ୟରେ କାଁ ଭାଁ ସ୍ଥାନରେ ବର୍ଷା ହୋଇଛି । ବାତ୍ୟାର ରୂପ ନେବା ପାଇଁ ଆହୁରି ୧୨ ଘଣ୍ଟା ଲାଗିବ ତେଣୁ ରାଜ୍ୟରେ ଆଜି ଓ ଆସନ୍ତାକାଲି ୨ ଦିନ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପଟେ ହାଲୁକାରୁ ମଧ୍ୟମଧରଣର ବର୍ଷା ନେଇ ଆଜି ୧୨ ଜିଲ୍ଲାକୁ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର,ଢେଙ୍କାନାଳ, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି ଓ ଗଞ୍ଜାମ। Post navigation ପୂର୍ବତଟ ରେଳପଥର ବିଭାଜନ ନେଇ ଗୃହରେ ଉଦବେଗ ଡିଜିପି ସମ୍ମିଳନୀରେ ଯୋଗ ଦେବା ପାଇଁ ଉତ୍ସାହିତ ମୋଦୀ; ଟୁଇଟ ମାଧ୍ୟମରେ ଦେଲେ ସୂଚନା