a way opened for Sambalpur Municipal Corporation polls
ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ବାଟ ଖୋଲିଛି । ୨୦୧୫ରେ ପ୍ରକାଶିତ ନିର୍ବାଚନ ବିଜ୍ଞପ୍ତିକୁ ଓଡ଼ିଶା ହାଇକୋର୍ଟ ରଦ୍ଦ କରି ୬ ସପ୍ତାହ ମଧ୍ୟରେ ନୂଆ ବିଜ୍ଞପ୍ତି ପ୍ରକାଶ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବିଜ୍ଞପ୍ତି ସଂରକ୍ଷଣ ନିୟମ ଆଧାରରେ ପ୍ରସ୍ତୁତ କରିବାକୁ କୁହାଯାଇଛି ।
 
କହିରଖୁଛୁ ଯେ, ୨୦୧୫ରେ ପ୍ରକାଶିତ ବିଜ୍ଞପ୍ତିରେ ୱାର୍ଡ ସଂରକ୍ଷଣ ୫୦% ଟପିବାରୁ ବିବାଦ ହୋଇଥିଲା ।
 
୨୦୧୫ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ୍‌ କରି ମାମଲା ହାଇକୋର୍ଟକୁ ଆସିଥିଲା । ଏହି ନିର୍ଦ୍ଦେଶ ସହିତ ସମ୍ବଲପୁରରେ ମହାନଗର ନିଗମ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହେବ ।

By Nirvay

Leave a Reply

Your email address will not be published. Required fields are marked *