ବିଳମ୍ବରେ ହେଲେ ବି ରାଜ୍ୟରେ ଶୀତ ପ୍ରକୋପ ଧୀରେ ଧୀରେ ବଢୁଛି । ମେଘୁଆ ପାଗ ଅପସରି ଯିବା ପରେ ରାଜ୍ୟକୁ ଲେଉଟିଛି ଶୀତ। ଦୁଇଦିନ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସକାଳୁ ସକାଳୁ ଘନ କୁହୁଡ଼ି ଲାଗି ରହିଥିବା ବେଳେ ଜାଡ ଅନୁଭୂତ ହେଉଛି। ଘନ କୁହୁଡ଼ିର ଦୃଶ୍ୟମାନ ଏବେ ୧୦୦ ମିଟରକୁ ଖସି ଆସିଛି। ବିଗତ ୪୮ଘଣ୍ଟାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାରଦର ତାପମାତ୍ରା କ୍ରମଶଃ କମିବାରେ ଲାଗିଛି । ଯାହାଫଳରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ଆସନ୍ତା ସପ୍ତାହେ ଯାଏଁ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ଦିନର ତାପମାତ୍ରା ଦୁଇ ଡିଗ୍ରୀ ପର୍ୟ୍ୟନ୍ତ କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାରେ ଜାଡ ସହ ଘନ କୁହୁଡ଼ି ନେଇ ସତର୍କତା ଜାରି କରାଯାଇଛି। ରାଜ୍ୟରେ ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ ନ ଥିବା ବେଳେ ଆଗାମୀ ୫ ଦିନ ଯାଏଁ ପାଗ ମୁଖ୍ୟତ ଶୁଖିଲା ରହିବ। ଆଗାମୀ ୪ରୁ ୫ ଦିନ ଯାଏ ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନର କୌଣସି ସମ୍ଭାବନା ନାହିଁ । ଅନ୍ୟପଟେ ଆସନ୍ତା ୨୪ ଘଣ୍ଟାରେ ପାଗ ଶୁଖିଲା ରହିବା ସହ ଝାରସୁଗୁଡା, ଗଞ୍ଜାମ, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ ଓ ସମ୍ବଲପୁ ରେ ହାଲୁକରୁ ମାଧ୍ୟମ ଧରଣର କୁହୁଡି ଅନୁଭୂତ ହେବ। କେବଳ ସୁନ୍ଦରଗଡରେ ଘନ କୁହୁଡି ପାଇଁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରାଯାଇଛି । Post navigation ମୋହନ ସରକାରଙ୍କୁ ପୁରିଲା ୬ ମାସ ବିକ୍ରି ହୋଇପାରିବନି ବସୁନ୍ଧରା ଜମି: ରାଜସ୍ୱ ମନ୍ତ୍ରୀ