ଭୁବନେଶ୍ବର: ଦେଶର ପଞ୍ଚମ ପର୍ଯ୍ୟାୟରେ ଓ ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଭୋଟ୍‌ ଗ୍ରହଣ ହେଉଛି। ଓଡ଼ିଶାର ୫ଟି ଲୋକସଭା ଆସନ ଏବଂ ୩୫ଟି ବିଧାନସଭା ଆସନରେ ମତଦାନ ଶାନ୍ତି ଶୃଙ୍ଖଳା ସହିତ ଜାରି ରହିଛି। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ ।

ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଲୋକସଭା କ୍ଷେତ୍ର ଏବଂ ଏହା ଅଧିନରେ ଆସୁଥିବା ୩୫ ବିଧାନସଭା ଆସନ ପାଇଁ ମତଦାନ ହେଉଛି। ୫ ଲୋକସଭା କ୍ଷେତ୍ର ପାଇଁ ମୋଟ ୪୦ ଜଣ ପ୍ରାର୍ଥୀ ଥିବାବେଳେ ୩୫ଟି ବିଧାନସଭା ଆସନ ପାଇଁ ମୋଟ ୨୬୫ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ।

ରାଜ୍ୟର ୭୬ ଲକ୍ଷ ୬୯ ୮୮୯ ଭୋଟର ଦ୍ବିତୀୟ ପର୍ଯ୍ୟାୟରେ ମତଦାନ କରୁଛନ୍ତି। ରାଜ୍ୟର ୧୧ ଜିଲ୍ଲାରେ ୯ ହଜାର ୧୬୨ ବୁଥରେ ମତଦାନ ଜାରି ରହିଛି। ସେଥି ମଧ୍ୟରୁ ୫୫୬ଟି ସମ୍ବେଦନଶୀଳ ବୁଥରେ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି । ମୋଟ ୩୩ ହଜାର ପୁଲିସ ଫୋର୍ସ ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ନିୟୋଜିତ ହୋଇଛନ୍ତି।

୧୧,୬୧୧ଟି ବାଲାଟ୍ ୟୁନିଟ, ୧୧୬୧୧ଟି କଣ୍ଟ୍ରୋଲ ୟୁନିଟ, ୧୨୭୬୨ଟି ଭିଭିପାଟ୍ ରହିମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମୋଟ୍ ୯୧୪୮ଟି ବୁଥ୍‌ରୁ ପ୍ରାୟ ୨୦% ବୁଥ୍‌ ନକ୍ସଲ ପ୍ରଭାବିତ ଅଞ୍ଚଳ ଓ ସମ୍ବେଦନଶୀଳ ବୁଥ୍‌ ହୋଇଥିବାରୁ ସେଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୬୦% ବୁଥ୍‌ରେ ୱେବ୍‌ ସ୍କ୍ରିନିଂ କରି ପୋଲିଂ ଅଧିକାରୀ ଓ ମତଦାତାଙ୍କ ଉପରେ ନଜର ରଖାଯିବ। ମୋଟ୍ ୧୦୨ କମ୍ପାନି ସିଏପିଏଫ୍ ମୁତୟନ ହୋଇଛନ୍ତି।

ମତଦାନ ପାଇଁ ସଂସଦୀୟ କ୍ଷେତ୍ର ପାଇଁ ୧୧,୬୧୧ଟି ବାଲାଟ୍ ୟୁନିଟ, ୧୧୬୧୧ଟି କଣ୍ଟ୍ରୋଲ ୟୁନିଟ, ୧୨୭୬୨ଟି ଭିଭିପାଟ୍ କମିସନ୍ ହୋଇଛି। ବିଧାନସଭା କ୍ଷେତ୍ର ମତଦାନ ପାଇଁ ୧୧୬୩୨ଟି ବାଲାଟ ୟୁନିଟ, ୧୧୬୩୨ଟି କଣ୍ଟ୍ରୋଲ ୟୁନିଟ ଏବଂ ୧୨୭୬୮ଟି ଭିଭିପାଟ୍ ରହିଛି।

Leave a Reply

Your email address will not be published. Required fields are marked *