ଆୟକର ବିଭାଗର ସ୍କାନରରେ ପୁର୍ବତନ ମନ୍ତ୍ରୀ ତଥା ପୂର୍ବତନ ମନ୍ତ୍ରୀ ନବଦାସଙ୍କ ପୁଅ ବିଶାଲ ଦାସ । ବାରମ୍ବାର ବିଶାଲ ଦାସଙ୍କୁ ଆୟକର ବିଭାଗର ପଚରଉଚୁରାକୁ ନେଇ ମୁଁହ ଖୋଲିଛନ୍ତି ବିଶାଲ ଦାସଙ୍କ ଭଉଣୀ ଦୀପାଳି ଦାସ । ସେ କହିଛନ୍ତି ଜାଣିଶୁଣି ବିଶାଲଙ୍କୁ ବାରମ୍ବାର ପଚରାଉଚୁରା କରୁଛି ଆୟକର ବିଭାଗ । ଆଜି ମଧ୍ୟ ବିଶାଲଙ୍କୁ ହଇରାଣ କରିବା ସହ ପଚରାଉଚରା ପାଇଁ ଡାକିଛି । ନବ ଦାସ ହତ୍ୟା ମାମଲାରେ ସିବିଆଇ ତଦନ୍ତ ପାଇଁ ଦାବି ହେତୁ ଟାର୍ଗେଟ୍‌ କରାଯାଉଛି । ଆମ ପରିବାରକୁ ହଇରାଣ କରୁଛି ବିଜେପି ।

ସୂଚନା ଯୋଗ୍ୟ; ଗତ ଜୁନ୍ ୧୯ରେ ଆୟକର ବିଭାଗ ପକ୍ଷରୁ ବିଶାଲ ଦାସଙ୍କ ବିଭିନ୍ନ କମ୍ପାନି ଓ‌ ବ୍ୟବସାୟିକ କାରବାର ଓ ସଂସ୍ଥା ଉପରେ ଚଢ଼ାଉ କରିଥିଲା।  ନବ ଦାସଙ୍କ ଘର ସମେତ ୯ଟି ସ୍ଥାନରେ ଚଢାଉ କରିଥିଲା ଆୟକର ବିଭାଗ । ଝାରସୁଗୁଡ଼ା, ସମ୍ବଲପୁର, ଭୁବନେଶ୍ୱର ଏବଂ ସୁନ୍ଦରଗଡ଼ ସମେତ ଦିଲ୍ଲୀରେ ମଧ୍ୟ ଚଢ଼ଉ ହୋଇଥିଲା ।

Leave a Reply

Your email address will not be published. Required fields are marked *