ରାଜନୈତିକ ମାହୋଲରେ ଏବେ ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସ୍ୱର୍ଗତ ନବ ଦାସଙ୍କ ପୁଅ ତଥା ବିଜେଡି ନେତ୍ରୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କ ଫଟୋ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛି ଦଳୀୟ ନେତୃବୃନ୍ଦଙ୍କ ସହିତ ଏକ ବିବାହ ସମାବେଶରେ ଯୋଗଦେବାକୁ ଯାଇଥିବା ବେଳେ ସେଠାରେ ଭୋଜି ଖାଉଥିବା ବେଳେ ସ୍ବାଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପୁଅ ବିଶାଳ ଦାସ ତାଙ୍କ ସହିତ ଉପସ୍ଥିତ ରହିବାର କିଛି ଫଟୋ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେଉଥିବାର ଦେଖାଦେଇଛି ।

ଚଳିତବର୍ଷ ନିର୍ବାଚନରେ ବିଜେଡିର ବିଧାୟକ ପ୍ରାର୍ଥୀ ଦୀପାଳି ଦାସ ଝାରସୁଗୁଡାରୁ ବିଧାୟିକା ଭାବେ ନିର୍ବାଚନ ଲଢୁଥିବା ବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ତାଙ୍କୁ ହରାଇ ବିଧାୟକ ହୋଇଛନ୍ତି। ନିର୍ବାଚନ ପରେ ବିଶାଳ ବିଜେପି ଶିବିର ଯାଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଥିଲା। ଆଉ ଏବେ ବିଶାଳ ଦାସ ଧର୍ମେନ୍ଦ୍ରଙ୍କ ସହ ଫଟୋ ଭାଇରାଲ ହେବା ପରେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଫଟୋରେ ଧର୍ମେନ୍ଦ୍ର ପ୍ରଧାନ ବିବାହ ସମାବେଶରେ ଥିବାବେଳେ ସେଠାରେ ବିଶାଳ ଦାସ ମଧ୍ୟ ଉପସ୍ଥିତ ଥିବାର ଦେଖା ଯାଉଛି। ଦୁଇଜଣଙ୍କ ଭୋଜିର ଫଟୋ ଏବେ ସୋସିଆଲ ମଡିଆରେ ଭାଇରାଲ୍ ହେବାକୁ ଲାଗିଛି।

Leave a Reply

Your email address will not be published. Required fields are marked *