ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ବିଜେଡିର ପ୍ରତିବାଦ। ଗାନ୍ଧୀ ମାର୍ଗରେ ଗର୍ଜିଛନ୍ତି ଶହ ଶହ ସଂଖ୍ୟାରେ କର୍ମୀ । ବହୁ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ, ୱାର୍ଡମେମ୍ବରଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ନେତା ସାମିଲ ହୋଇଛନ୍ତି । ପ୍ରତାପ ଜେନା, ସଞ୍ଜୟ ଦାସବର୍ମା, ସୁଲୋଚନା ଦାସ, ସୁଲତା ଦେଓ, ଚିନ୍ମୟ ସାହୁ ଏବଂ ଇପସିତା ସାହୁ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି । ଅନ୍ୟପଟେ ବିଧାନସଭା ସମ୍ମୁଖରେ ଜୋରଦାର୍ ବିକ୍ଷୋଭ ପ୍ରଦର୍ଶନ ବେଳେ ୨ଟି ବ୍ୟାରିକେଡ୍ ଭାଙ୍ଗିଲେ ବିଜେଡି କର୍ମୀ। ଆନ୍ଦୋଳନକାରୀଙ୍କୁ ରୋକିବା ପାଇଁ ପୋଲିସ ପକ୍ଷରୁ ପାଣି ମାଡ଼ କରାଯାଇଛି । ଫଳରେ କିଛି କର୍ମକର୍ତ୍ତା ଛତ୍ରଭଙ୍ଗ ଦେଇଥିବାବେଳେ ପୋଲିସ କିଛି ନେତା ଏବଂ କର୍ମୀଙ୍କୁ ଉଠାଇ ନେଇଛି । ଏହାପରେ ଗାନ୍ଧି ମାର୍ଗରେ ଖଣ୍ଡଯୁଦ୍ଧ ସ୍ଥିତି ଦେଖିବାକୁ ମିଳିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ମୋଟ ୨୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବିଧାନସଭାକୁ ମଧ୍ୟ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ବିଧାନସଭା । Post navigation ଅର୍ଜୁନ ପୁରସ୍କାର ବିଜେତା ବିଜୟ କୁମାର ଶତପଥୀଙ୍କ ପରଲୋକ ମେଟ୍ରୋ ରେଳ ପ୍ରକଳ୍ପକୁ କରାଯାଇନାହିଁ ରଦ୍ଦ: କୃଷ୍ଣଚନ୍ଦ୍ର ମହାପାତ୍ର