ଶ୍ରୀମନ୍ଦିର ମୁଖ ପଖାଳ ସେବାୟତ ବିଶ୍ବନାଥ ଖୁଣ୍ଟିଆ ନିଲମ୍ବିତ । ଶ୍ରୀମନ୍ଦିର ପରିସରରେ ବିଶୃଙ୍ଖଳା ସହ ଅନ୍ୟ ସେବାୟତଙ୍କୁ ମାରପିଟ୍ ଘଟଣାରେ ମୁଖ ପଖାଳ ସେବାୟତ ବିଶ୍ବନାଥ ଖୁଣ୍ଟିଆଙ୍କୁ ୩ ମାସ ପାଇଁ ନିଲମ୍ବିତ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ମୁଖ ପଖାଳ ସେବାୟତ ବିଶ୍ବନାଥ ଖୁଣ୍ଟିଆଙ୍କୁ ୩ ମାସ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଲମ୍ବନ କରିଛନ୍ତି। ବିଶ୍ବନାଥ ଖୁଣ୍ଟିଆ ୩ ମାସ ପାଇଁ ସମସ୍ତ ପ୍ରକାର ସେବାରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ବିଶ୍ବନାଥ ଖୁଣ୍ଟିଆଙ୍କୁ ସୋ’ କଜ୍ ନୋଟିସ୍ ହୋଇଥିଲା ଏହାପରେ ଆଜି ତାଙ୍କୁ ନିଲମ୍ବନ କରାଯାଇଛି । ଏହା ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ କହିଛନ୍ତି ଶ୍ରୀମନ୍ଦିରରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ । ଯଦି ଆଗକୁ ଏପରି କୌଣସି ବିଶୃଙ୍ଖଳା ନଜରକୁ ଆସେ ତେବେ ଆହୁରି କଡ଼ା କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନା ଯୋଗ୍ୟ ; ଗତବର୍ଷ ଡିସେମ୍ବର ୧୬ ତାରିଖ ଦିନ ମୁକ୍ତିମଣ୍ଡପ ସାମ୍ନାରେ ପାଦୁକା ଦିଆନିଆକୁ ନେଇ ବିଶ୍ବନାଥ ଖୁଣ୍ଟିଆ ଏବଂ ଅନ୍ୟଜଣେ ସେବାୟତଙ୍କ ମଧ୍ଯରେ ମାଡପିଟ୍ ହୋଇଥିଲା। ଯେଉଁ ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ଶ୍ରୀମନ୍ଦିରରେ ବିଶୃଙ୍ଖଳା ପାଇଁ ଦୁଇଜଣ ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ସେନେଇ ସନ୍ତୋଷଜନକ କୈଫିୟତ ରଖିବାକୁ ୭ ଦିନର ସମୟ ଦିଆଯାଇଥିଲା। Post navigation ଗୁଜରାଟରେ କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାରେ ୩ ମୃତ ଅବିବାହିତ ଯୋଡ଼ିଙ୍କୁ OYO ମନା; ଆସୁଛି ନୂଆ ନିୟମ