ପୂର୍ବତନ ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚ୍ଚା ମୁଖ୍ୟ ବିଜୟା ରାହତକରଙ୍କୁ ତିନି ବର୍ଷ ପାଇଁ ଜାତୀୟ ମହିଳା ଆୟୋଗ (ଏନସିଡବ୍ଲୁ) ଅଧ୍ୟକ୍ଷା ଭାବେ ନିଯୁକ୍ତ କରାଯାଇଛି। ଏନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

 

ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ କୁହାଯାଇଛି ଯେ ୧୯୯୦ ମସିହାରେ ମହିଳା ଆୟୋଗର ଧାରା ୩ ଅନୁଯାୟୀ କରାଯାଇଥିବା ଏହି ନିଯୁକ୍ତି ତିନି ବର୍ଷ ପାଇଁ କିମ୍ବା ରାହତକର ୬୫ ବର୍ଷ ହେବା ବୟସ ପର୍ଯ୍ୟନ୍ତ ରହିବ। ରାହତକରଙ୍କ କାର୍ଯ୍ୟକାଳ ତୁରନ୍ତ ଆରମ୍ଭ ହେବ। ଏହି ଘୋଷଣା ଗେଜେଟ୍ ଅଫ୍ ଇଣ୍ଡିଆରେ ପ୍ରକାଶିତ ହେବ।

ବିଜୟା କିଶୋର ରାହତକର ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ଏବଂ ଦଳର ମହିଳା ଶାଖାର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏହା ସହ ଡକ୍ଟର ଅର୍ଚ୍ଚନା ମଜୁମଦାରଙ୍କୁ ଜାତୀୟ ମହିଳା ଆୟୋଗ ସଦସ୍ୟ ଭାବରେ ନିଯୁକ୍ତ କରିବା ବିଷୟରେ ମଧ୍ୟ ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରିଛି।

Leave a Reply

Your email address will not be published. Required fields are marked *