ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ଏଡିଇଓ (Accountant cum Data Entry Operator) ପାର୍ଥସାରଥୀ ବିଷୋୟୀ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଚମ୍ପିଆସ୍ଥିତ ପୈତୃକ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଟିମର ଚଢ଼ାଉ ଚାଲିଛି । କୋରାପୁଟ କୋଟପାଡ଼ ବ୍ଳକ ଆକାଉଣ୍ଟାଣ୍ଟ ପାର୍ଥସାରଥୀଙ୍କ ଘରେ ସମେତ ସମ୍ପର୍କୀୟଙ୍କ ଘରେ ମଧ୍ୟ ରେଡ ହୋଇଥିବା ଜଣାପଡିଛି । ତେବେ ଚଢ଼ାଉ ବେଳେ ଏପର୍ଯ୍ୟନ୍ତ କେତେ ସମ୍ପତ୍ତି ଜବତ କରାଯାଇଛି ତାହା ନେଇ କୌଣସି ସୂଚନା ମିଳିପାରି ନାହିଁ ।

ଚଢାଉ ଜାରି ରହିଥିବା ସ୍ଥାନଗୁଡ଼ିକ ହେଲା କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଚମ୍ପିଆ ଗ୍ରାମରେ ଥିବା ଏସ୍‌ ପାର୍ଥ ସାରଥି ବିଶୋୟୀଙ୍କ ଘର, ସେହି ଗ୍ରାମରେ ଥିବା ତାଙ୍କ ଭାଇ ଏବଂ ସମ୍ପର୍କୀୟଙ୍କ ଘର, ଚମ୍ପିଆ ଗ୍ରାମରେଥିବା ତାଙ୍କ ଆଉ ଏକ ଘର, ସେହି ଗ୍ରାମରେ ଥିବା ସାଇ କୃଷ୍ଣ ଏଣ୍ଟରପ୍ରାଇଜେସ୍ ନାମକ କାଜୁ ପ୍ରୋସେସିଂ ୟୁନିଟ୍‌, ବୋରିଗୁମ୍ମାରେ ଥିବା ୩ ମହଲା ବିଶିଷ୍ଟ ଘର, କୋଟପାଡ ବ୍ଲକ ଅନ୍ତର୍ଗତ ବତାସନା ଜି.ପି. ଠାରେ ଥିବା ଅଫିସ୍‌ ଚାମ୍ୱରରେ ଏକକାଳୀନ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ ।

 

Leave a Reply

Your email address will not be published. Required fields are marked *