ଜଗତସିଂହପୁର ଜିଲ୍ଲା ରାହାମା ଫରେଷ୍ଟ ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ସଦର ଥାନା ଚାଟରା ସ୍ଥିତ ଘର ସମେତ ୫ଟି ସ୍ଥାନରେ ଚଢ଼ାଉ ହୋଇଛି । କଟକ ଭିଜିଲାନ୍ସ ଟିମ୍ ଓ ଜଗତସିଂହପୁର ଭିଜିଲାନ୍ସ ଟିମ୍ ମିଳିତ ଭାବେ ଚଢ଼ାଉ କରୁଥିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ବ୍ୟାଙ୍କ ପାସ୍ବୁକ ଜବତ କରାଯାଇଥିବା ସୂଚନା ମିଳିଛି । ୬୭ ଲକ୍ଷ ବ୍ୟାଙ୍କ୍ ଓ ପୋଷ୍ଟାଲ ଜମା, ଜଗତସିଂହପୁର ସହରରେ ୨ଟି ଓ କଟକ ସହର ବାହାରେ ଗୋଟିଏ ପ୍ଲଟ୍, ଜଗତସିଂହପୁରରେ ଗୋଟିଏ ୩ ମହଲା ଓ ଗୋଟିଏ ୨ ମହଲା କୋଠା, ସାଢ଼େ ୩ ଲକ୍ଷର ନଗଦ ଟଙ୍କା, ୨ ଶହ ଗ୍ରାମ ସୁନା ଅଳଙ୍କାର ଠାବ କରିଛି ଭିଜିଲାନ୍ସ ଟିମ୍ । ତେବେ ରେଞ୍ଜରଙ୍କ ଠାରୁ କେତେ ଟଙ୍କାର ସମ୍ପତ୍ତି ଆଦାୟ ହେଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ରେଡ୍ ଶେଷ ହେବା ପରେ ସମ୍ପତ୍ତିର ମୂଲ୍ୟ ସାମ୍ନାକୁ ଆସିବ । Post navigation Odisha Congress: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗରେ ଯୁବ କଂଗ୍ରେସର ଅଣ୍ଡାମାଡ଼