ଲାଞ୍ଚ ଜାଲରେ ମୟୂରଭଞ୍ଜ ଉଦଳାର AEE ଓ JE । ୬୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ୨ ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ମୟୂରଭଞ୍ଜ ଜିଲ୍ଲା ଉଦଳା ସବ-ଡିଭିଜନର ଓଡ଼ିଶା ଲିଫ୍ଟ ଇରିଗେସନ୍ କର୍ପୋରେସନ (OLIC)ର ଦୁଇଜଣ ଯନ୍ତ୍ରୀଙ୍କୁ ଜଣେ ଠିକାଦାରଙ୍କଠାରୁ ୬୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ ହୋଇଛନ୍ତି। ଉଦଳା ଉଠା ଜଳସେଚନ ବିଭାଗର ଦୁଇ ଅଧିକାରୀ ହରେକୃଷ୍ଣ ସିଂହ ଏବଂ ସୁବ୍ରତ ମହାନ୍ତିଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ୪୨ ଲକ୍ଷର ବିଲ୍ ପାସ୍ କରାଇବା ପାଇଁ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିଲେ ଠିକାଦାରଙ୍କ ଠାରୁ ତାଙ୍କର ବାକି ବିଲ୍ ପରିଶୋଧ କରିବା ପାଇଁ ୬୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଦୁହେଁ ଗିରଫ ହୋଇଛନ୍ତି। ତାଙ୍କଠାରୁ ସମସ୍ତ କେମିକାଲ ବୋଳା ନୋଟ୍କୁ ଜବତ ହୋଇଛି। ଏ ସଂକ୍ରାନ୍ତରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ, ପିସି ଆଇନ ୨୦୧୮ର ଧାରା ୭ ଅଧୀନରେ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିଛି । ଗିରଫ ପରେ ସିଂଙ୍କ ୨ଟି ସ୍ଥାନ ଏବଂ ମହାନ୍ତିଙ୍କ ୩ଟି ସ୍ଥାନରେ ଆୟ ବର୍ହିଭୂତ ସମ୍ପତ୍ତି (ଡିଏ) ଦୃଷ୍ଟିରୁ ଏକକାଳୀନ ଚଢ଼ାଉ ଜାରି ରହିଛି। Post navigation Mega Pipe Water Supply Corruption Incident: ମେଗା ପାଇପ୍ ଜଳ ଯୋଗାଣ ଦୁର୍ନୀତି ଘଟଣା; କିଏ ମନ୍ତ୍ରୀ ଓ ସଚିବ ଥିଲେ ଖୋଲି କହିବେ କି ସରକାର ? BJD Press Meet on Dhenkanal Mine Incident: ସରକାରୀ ଛତ୍ରଛାୟାରେ ହେଉଛି ଖଣି ଲୁଟ: ବିଜେଡି