ଯାଜପୁର ସିଟି ଓ ଜିଏସଟି ଏନଫୋର୍ସମେଣ୍ଟ ଅସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଟିକସ୍ ହେରଫେର ଅଭିଯୋଗରେ ଭୁବନେଶ୍ବର, ଖୋର୍ଦ୍ଧା ସମେତ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି । ତାଙ୍କ ନାଁରେ ପ୍ରାୟ ୫ ଲକ୍ଷ ୮୫ ହଜାର ଟଙ୍କା ରାଜସ୍ୱ ହେରଫେର କରିଥିବା ଅଭିଯୋଗ ହୋଇଛି । ଜଣେ ଡିଲରଙ୍କଠାରୁ ଜବତ ହୋଇଥିବା ସ୍କ୍ରାପକୁ ବିନୟ ଅନ୍ୟତ୍ର ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଯାହାଦ୍ଵାରା ସରକାରଙ୍କର ପ୍ରାୟ ୫ କୋଟି ୮୫ ଲକ୍ଷ ଟଙ୍କାର ରାଜସ୍ଵ ହାନି ଘଟିଛି। ଏହି ଅଭିଯୋଗ ଆସିବା ପରେ ଭିଜିଲାନ୍ସ ଟିମ୍‌ ବିନୟଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ ଆରମ୍ଭ କରିଛି।

ଭିଜିଲାନ୍ସର ଏହି ଚଢାଉରେ ୨୫ ଜଣ ଅଫିସର, ୧୪ ଜଣ ଇନ୍ସପେକ୍ଟର, ୭ ଜଣ ଡେପୁଟି ଏସ୍‌ପି ସାମିଲ ଅଛନ୍ତି ।

Leave a Reply

Your email address will not be published. Required fields are marked *