ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ ଗିରଫ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି। ଗତକାଲି ରେଡ୍ ପରେ ଗିରଫ କରିଛି ଭିଜିଲାନ୍ସ। ଖଣି ଉପନିର୍ଦ୍ଦେଶକଙ୍କ ୧ କୋଟି ୩୦ ଲକ୍ଷର ଏକ ଫ୍ଲାଟ ଅଛି। ୨ଟି ମାର୍କେଟ କଂପଲେକ୍ସ, ୧୧ଟି ପ୍ଲଟ, ୫୩ ଲକ୍ଷର ବ୍ୟାଙ୍କ ଜମା ଠାବ ହୋଇଛି। ଭୁବନେଶ୍ବରରେ ଗୋଟିଏ ଡୁପ୍ଲେକ୍ସ ସହ ଘରୁ ୯.୮୫ ଲକ୍ଷ ଟଙ୍କା ମିଳିଥିଲା। ଭୁବନେଶ୍ବରରେ ୨ଟି ବହୁତଳ କୋଠା, ୩ ବିଏଚକେ ଫ୍ଲାଟ୍ ରହିଛି । ୫୩.୫୩ ଲକ୍ଷ ବ୍ୟାଙ୍କ ଜମା, ୫୫ ଲକ୍ଷର ଜିନିଷପତ୍ର ଠାବ ହୋଇଛି।

Leave a Reply

Your email address will not be published. Required fields are marked *