Vande Mataram now mandatory at key Govt events
କେନ୍ଦ୍ର ସରକାର ଜାତୀୟ ଗୀତ ‘ବନ୍ଦେ ମାତରମ୍’ ନେଇ ଏକ ନୂଆ ବିଜ୍ଞପ୍ତି ଜାରି କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଏହି ନିର୍ଦ୍ଦେଶାନାମା ଅନୁଯାୟୀ, ଜାତୀୟ ସଙ୍ଗୀତ “ଜନ ଗଣ ମନ” ପୂର୍ବରୁ ‘ବନ୍ଦେ ମାତରମ୍’ ବାଧ୍ୟତାମୂଳକ ଭାବେ ଗାଇବା ଆବଶ୍ୟକ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବନ୍ଦେ ମାତରମ୍ ର ଛଅ ସ୍ତବ ବିଶିଷ୍ଟ ସଂସ୍କରଣ ଗାଇବା କିମ୍ବା ବଜାଇବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି ।
 
ଏହି ନିର୍ଦ୍ଦେଶାନାମା ପଦ୍ମ ପୁରସ୍କାର ଓ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ ବିଶେଷ ଭାବେ ପ୍ରଯୋଜ୍ୟ । ସିନେମା ହଲ୍ ଭଳି ସାର୍ବଜନୀନ ସ୍ଥାନରେ ବାଜିବ ‘ବନ୍ଦେ ମାତରମ୍’ । ସମସ୍ତ ସରକାରୀ ସ୍କୁଲ୍ ଓ କାର୍ଯ୍ୟକ୍ରମରେ ଗାନ ହେବ । ଅଫିସିଆଲ୍ କାର୍ଯ୍ୟକ୍ରମରେ ‘ବନ୍ଦେ ମାତରମ୍’ ବାଧ୍ୟତାମୂଳକ ।
 
‘ବନ୍ଦେ ମାତରମ୍’ ଗାନ ବେଳେ ସାବଧାନ ଭଙ୍ଗୀରେ ରହିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଯଦି କେହି ଅସମ୍ମାନ କରନ୍ତି, ସର୍ବାଧିକ ୩ ବର୍ଷ ଜେଲଦଣ୍ଡ ନିର୍ଦ୍ଦେଶ କରାଯାଇଛି ।
 
‘ବନ୍ଦେ ମାତରମ୍’ ହେଉଛି ଭାରତର ଜାତୀୟ ଗୀତ । ଏହା ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଲିଖିତ । ଏହା ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।

By Nirvay

Leave a Reply

Your email address will not be published. Required fields are marked *