ଡି.ଏସ୍. କୁଟ୍ଟେ, ଆଶିଷ ସିଂଙ୍କୁ ନେଇ ରାଜନୀତି ସରଗରମ ହେବାକୁ ଲାଗିଛି । ଶାସନ ଦଳ ଓ ବିରୋଧି ଦଳ ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ । ଦୁଇ ବରିଷ୍ଠ ଆଇପିଏସ୍ ଡିଏସ୍ କୁଟ୍ଟେ ଓ ଆଶିଷ ସିଂଙ୍କୁ ଭିକେ ପାଣ୍ଡିଆନଙ୍କ ଖାସ୍ ସହଯୋଗୀ ବୋଲି କୁହାଯାଉଥିବା ବେଳେ ଏବେ ଡି.ଏସ୍. କୁଟ୍ଟେଙ୍କୁ ବିଏସଏଫ ଆଇଜି ପଦ ଓ ଆଶିଷ ସିଂଙ୍କୁ ଇଣ୍ଡୋ-ତିଦ୍ଦତିଆନ ବର୍ଡର ପୁଲିସ ଫୋର୍ସ ବା ଆଇଟିବିପି ଆଇଜି ଭାବେ କେନ୍ଦ୍ରରେ କିପରି ନିଯୁକ୍ତି ଦିଆଯାଇଛି ତାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ଦେଖା ଯାଇଛି କଥା କଟା କଟି। ଏହାକୁ ନେଇ ବିଜେପି ଉପରେ ଆରୋପ ଲଗାଇ ପ୍ରମିଳା ମଲ୍ଲିକ କହିଛନ୍ତି ବିଜେପିର ସମ୍ପର୍କ ଥିଲା । ପ୍ରମୋସନ ପରେ ସ୍ପଷ୍ଟ ହୋଇଛି, କି ସମ୍ପର୍କ ଥିଲା ବିଜେପି କହୁ । ଏହା ପରେ ପ୍ରମିଳାଙ୍କୁ କାଉଣ୍ଟର କରି ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି କୌଣସି ଅଫିସରଙ୍କ ସହ ବିଜେପିର ସମ୍ପର୍କ ନ ଥିଲା । ଅଭିଯୋଗ ଅବାସ୍ତବ, କାହା ଲିଙ୍କ୍ରେ ଥିଲେ ସବୁ ଲୋକ ଜାଣିଛନ୍ତି । ସେଥିପାଇଁ ଦିଲ୍ଲୀ ପଠାଯାଇଛି, ସର୍ଭିସ ରୁଲ୍ ଅନୁସାରେ ପ୍ରମୋସନ । ସୂଚନା ଯୋଗ୍ୟ ; ୧୯୯୭ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଡିଏସ୍ କୁଟ୍ଟେଙ୍କୁ ଚଳିତ ନିର୍ବାଚନ ଗତିବିଧିରେ ସକ୍ରିୟ ଥିବା ଅଭିଯୋଗରେ ନିଲମ୍ବନ କରାଯାଇଥିଲା। ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସଚିବ ଡି ଏସ୍ କୁଟ୍ଟେ ସାଧାରଣ ନିର୍ବାଚନ ସମୟରେ ନିଲମ୍ବିତ ହୋଇଥିଲେ। ପରେ ନିଲମ୍ବନ ଉଠିବା ପରେ କୁଟ୍ଟେଙ୍କୁ ଓଏସ୍ଡି ଭାବେ ଗୃହ ବିଭାଗ ପକ୍ଷରୁ ନିଯୁକ୍ତି ଦିଆଯାଇଥିଲା। ଏବେ ତାଙ୍କୁ କେନ୍ଦ୍ର ସରକାର ବିଏସଏଫ ଆଇଜି ଭାବେ ନିଯୁକ୍ତ କରିଛନ୍ତି। କୁଟ୍ଟେ ୨୦୨୮ ମସିହାରେ ଅବସର ଅଥବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବିଏସଏଫ ଆଇଜି ପଦରେ ରହିବେ ବୋଲି କୁହାଯାଇଛି। ଏହି ପରି ଆଉ ଜଣେ ଚର୍ଚ୍ଚିତ ଅଧିକାରୀ ୨୦୦୪ ବ୍ୟାଚ୍ର ଆଇପିଏସ୍ ଆଶିଷ କୁମାର ସିଂହ ମଧ୍ୟ କେନ୍ଦ୍ରୀୟ ଡେପୁଟେସନରେ ଯିବେ।ସେ ଗତ ସାଧାରଣ ନିର୍ବାଚନ ସମୟରେ ସେ ବିବାଦ ଘେରକୁ ଆସିଥିଲେ। ନିର୍ବାଚନ ପରିଚାଳନାରେ ଅନିୟମିତତା କରୁଥିବା ନେଇ ନିର୍ବାଚନ ଆୟୋଗ ଅଧ୍ୟକ୍ଷ ଅଭିଯୋଗ ଆଣିଥିଲେ। ପରେ ସେ ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟିରେ ଯାଇଥିଲେ। ପରେ ତାଙ୍କୁ ଗୃହ ବିଭାଗର ଓଏସ୍ଡି ଭାବରେ ନିଯୁକ୍ତି ମିଳିଥିଲା। ଆଉ ଏବେ ଆଶିଷ ସିଂହଙ୍କୁ ଇଣ୍ଡୋ-ତିଦ୍ଦତିଆନ ବର୍ଡର ପୁଲିସ ଫୋର୍ସ ବା ଆଇଟିବିପି ଆଇଜି ଭାବେ ନିଯୁକ୍ତ କରାଯାଇଛ। ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ରବିବାର ବିଜ୍ଞପ୍ତି ପ୍ରକାଶ ପାଇଛି। Post navigation ଶିମିଳିପାଳରୁ ଯାଇ ଝାଡ଼ଖଣ୍ଡରେ ବୁଲୁଛି ବାଘୁଣୀ ‘ଜିନ୍ନତ’ ଆରବିଆଇ ନୂଆ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା