ଧରାପଡ଼ିଲା ଆଉ ଜଣେ ପାକିସ୍ତାନୀ ଆଇଏସଆଇ ଗୁପ୍ତଚର । ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରାଙ୍କୁ ନେଇ ସାରା ଦେଶରେ ହଇଚଇ ହେଉଥିବା ବେଳେ ଗିରଫ ହେଲେ ଆଉ ଜଣେ ଗୁପ୍ତଚର। ପାକିସ୍ତାନ ପାଇଁ ଗୁପ୍ତଚର ଭାବେ କାମ କରୁଥବା ଅଭିଯୋଗରେ ଉତ୍ତର ପ୍ରଦେଶ ATS ଟିମ୍ ରାମପୁର ବ୍ୟବସାୟୀ ଶହଜାଦଙ୍କୁ ମୁରାଦାବାଦରୁ ଗିରଫ କରିଛି । ଗିରଫ ବ୍ୟବସାୟୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ କସମେଟିକ୍ ସାମଗ୍ରୀ, ପୋଷାକ, ମସଲାର ବେଆଇନ ବ୍ୟବସାୟ କରୁଥିଲା । ଗତ କିଛି ବର୍ଷ ଧରି ପାକିସ୍ତାନ ଯିବା ଆସିବା କରୁଥିଲା ।ଆଇଏସଆଇକୁ ସୁରକ୍ଷା ସମ୍ବନ୍ଧୀୟ ଗୁପ୍ତ ସୂଚନା ଦେଇଥିବା ଅନୁମାନ । ସେ ଦେଶର ଗୁପ୍ତ ସୂଚନା ଶତ୍ରୁମାନଙ୍କୁ ଦେଉଛନ୍ତି। ଆଇଏସଆଇ ହ୍ୟାଣ୍ଡଲରଙ୍କ ମାଧ୍ୟମରେ ସେନା ଏବଂ ସରକାରୀ ସୂଚନା ପାକିସ୍ତାନକୁ ପଠାଯାଉଛି।

ସୂଚନା ଯୋଗ୍ୟ; ଶାହଜାଦ ଗତ କିଛି ବର୍ଷ ଧରି ପାକିସ୍ତାନ ଗସ୍ତ କରି ଆସୁଛି ଏବଂ ସୀମା ପାର କରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ବ୍ୟବସାୟିକ ସାମଗ୍ରୀ ଚାଲାଣ କରୁଛି ଏବଂ ଏହାର ଆଢୁଆଳରେ ସେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇପାଇଁ କାମ କରେ । ATS ଉତ୍ତର ପ୍ରଦେଶ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା ଯେ ଶାହଜାଦ ନାମକ ଜଣେ ବ୍ୟକ୍ତି ଭାରତ-ପାକିସ୍ତାନ ସୀମାରେ ଚୋରା ଚାଲାଣରେ ଜଡିତ ଏବଂ ପାକିସ୍ତାନୀ ଏଜେନ୍ସି ଆଇଏସଆଇ ର ସୁରକ୍ଷାରେ ଅଛି । ଶାହଜାଦ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ ଗୁପ୍ତଚର କାର୍ଯ୍ୟ କରୁଛି ଏବଂ ଦେଶ ବିରୋଧୀ କାର୍ଯ୍ୟକଳାପରେ ମଧ୍ୟ ସାମିଲ ଅଛି ।

Leave a Reply

Your email address will not be published. Required fields are marked *