ପାକିସ୍ତାନକୁ ଗୁପ୍ତତଥ୍ୟ ଲିକ୍ ଅଭିଯୋଗରେ ଗିରଫ ହରିୟାଣାର ଜ୍ୟୋତି ମଲହୋତ୍ରାକୁ ନେଇ ମୁହଁ ଖୋଲିଛନ୍ତି ପ୍ରିୟଙ୍କା ସେନାପତି । ସେ କହିଛନ୍ତି ମୁଁ ଜ୍ୟୋତିଙ୍କ କେବଳ ଜଣେ ବନ୍ଧୁ ବୋଲି । ସୋସିଆଲ ମିଡିଆରେ ଜ୍ୟୋତିଙ୍କ ସହ ପରିଚୟ ହୋଇଥିଲା । ଜ୍ୟୋତି ଗୁପ୍ତଚର ଥିଲେ ବୋଲି ଜାଣି ନଥିଲି । ସମସ୍ତ ପ୍ରକାର ତଦନ୍ତରେ ସହଯୋଗ କରିବି । ସେ ପୁରୀରେ ହୋଟେଲରେ ରହି ମନ୍ଦିର, ବେଳାଭୂମି ବୁଲିଥିଲେ। ସୂଚନା ଯୋଗ୍ୟ; ଗିରଫ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ସହ ପୁରୀର ଯୁବତୀ ପ୍ରିୟଙ୍କା ସେନାପତିଙ୍କ କ’ଣ ସମ୍ପର୍କ ରହିଛି ସେନେଇ ଖୋଳତାଡ ହୋଇଛି । ଜଗନ୍ନାଥ ମନ୍ଦିର ସହ ପୁରୀ ବୁଲି ଭିଡିଓ ବନାଇଥିଲା ଜ୍ୟୋତି ମଲହୋତ୍ରା । ପୁରୀ ପୋଲିସ ସହାୟତାରେ ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କୁ ଜେରା କରିଛି IB । ଏହା ସହ ଉଭୟ ସାଙ୍ଗ ହୋଇ ପାକିସ୍ତାନ କର୍ତ୍ତାରପୁର କରିଡର ଯାଇଥିଲେ। ପ୍ରିୟଙ୍କା ମଧ୍ୟ ପାକିସ୍ତାନ କର୍ତ୍ତାରପୁର ସାହେବ ଗୁରୁଦ୍ୱାର ନିକଟରେ ବ୍ଲଗ କରିଥିବା ଦେଖିବାକୁ ମିଳିଛି । Post navigation ଭୁବନେଶ୍ବରରେ ଖୋଲିବ ଏନଆଇଏ ଶାଖା ଆଉ ଜଣେ ଗୁପ୍ତଚର ଗିରଫ