untimely-ratha-jatra-puri-gajapati-maharaja-writes-letters-to-iskcon
ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଇସ୍କନ ଜିବିସି (ଗଭର୍ନିଂ ବଡି କମିସନ) ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସଙ୍କୁ ମଙ୍ଗଳବାର ଦିନ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଚିଠି ଲେଖିଛନ୍ତି । ଦେଶ ବିଦେଶରେ ଥିବା ଇସ୍କନ ମନ୍ଦିରଗୁଡ଼ିକରେ ଶାସ୍ତ୍ର ଏବଂ ପୁରାତନ ପାରମ୍ପରିକ ରୀତିର ସମ୍ମାନ ରଖି ରଥଯାତ୍ରା ପାଳନ କରିବାକୁ ଗଜପତି ଚିଠିରେ ଲେଖିଛନ୍ତି ।
 
ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି (ପୁରୀ) ର ଚୂଡ଼ାନ୍ତ ନିଷ୍ପତ୍ତି ଅନୁସାରେ ବିଶ୍ଵର ବିଭିନ୍ନ ଦେଶରେ ଅବସ୍ଥିତ ଇସ୍କନ ମନ୍ଦିରଗୁଡ଼ିକ ଶାସ୍ତ୍ର ଓ ପାରମ୍ପରିକ ରୀତିରେ ନିର୍ଦ୍ଦିଷ୍ଟ ତିଥି ଅନୁସାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ପାଳନ କରିବେ ବୋଲି ଗଜପତି କହିଛନ୍ତି । ସମସ୍ତ ଦେଶର ଇସ୍କନ ମନ୍ଦିର ଆଷାଢ଼ ଶୁକ୍ଳ ଦ୍ଵିତୀୟାରୁ ୯ ଦିନ ମଧ୍ୟରେ ରଥଯାତ୍ରା କରୁ ବୋଲି ଗଜପତି ଦିଗଦର୍ଶନ ଦେଇଛନ୍ତି ।
 
କହିରଖୁଛୁ ଯେ, ଗତ ୧୯ ତାରିଖରେ ଇସ୍କନ ଜିବିସି ଅଧ୍ୟକ୍ଷ ଗଜପତି ମହାରାଜାଙ୍କୁ ଚିଠିରେ ଉତ୍ତର ଦେଇ କହିଛନ୍ତି ଯେ, ଇସ୍କନ ଭାରତ ଏବଂ ବିଦେଶର ସମସ୍ତ ମନ୍ଦିରରେ ଶାସ୍ତ୍ର ନିର୍ଦ୍ଧାରିତ ତିଥି (ଜ୍ୟେଷ୍ଠ ପୂର୍ଣ୍ଣିମା) ରେ ସ୍ନାନଯାତ୍ରା ପାଳନ କରିବାକୁ ସମ୍ମତ ହୋଇଥିଲେ । ହେଲେ ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିଠାରୁ ଆରମ୍ଭ ହେଉଥିବା ନଅଦିନ ମଧ୍ୟରେ ଭାରତ ବାହାରେ ରଥଯାତ୍ରା ପାଳନ କରିବାର ନିଷ୍ପତ୍ତି ସହିତ ସହମତ ହୋଇପାରୁ ନାହାନ୍ତି । ଇସ୍କନ ଜିବିସିଙ୍କ ଏହି ପତ୍ରର ଉତ୍ତର ଦେଇ ଗଜପତି ମହାରାଜା ଆଜି ପୁଣି ସାନି ଚିଠି ଲେଖିଛନ୍ତି ।
Untimely Ratha Jatra: Puri Gajapati Maharaja writes letters to ISKCON

By Nirvay

Leave a Reply

Your email address will not be published. Required fields are marked *