ଅମଳ ସମୟରେ ଦାଉ ସାଧିଛି ଅଦିନିଆ ବର୍ଷା । ବର୍ଷକର ଅମଳ ଫସଲ ଆଖି ଆଗରେ ଗଜା ହୋଇ ନଷ୍ଟ ହୋଇଯିବାକୁ ବସିଛି । ସରକାରୀ ସହାୟତା ପାଇଁ ଚାଷୀ ଆକୁଳ ନିବେଦନ କରିଛନ୍ତି । ଏମିତି ସ୍ଥିତିରେ ଆସନ୍ତା ଡିସେମ୍ବର ୩୦ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଞ୍ଜାମ ଗସ୍ତରେ ଯିବେ । ଗଞ୍ଜାମ ଜିଲ୍ଲା ର ହିଞ୍ଜିଳି, ଶେରଗଡ଼, କବିସୂର୍ଯ୍ୟନଗର ଆସିକା ଓ ଖଲିକୋଟ ଆଦି ସ୍ଥାନ ମାନଙ୍କରେ କ୍ଷତିଗ୍ରସ୍ତ ଚାଷ ଅଞ୍ଚଳ ନବୀନ ବୁଲି ଦେଖିବା ସହ ଚାଷ ଜମିକୁ ଯାଇ ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିବେ । ଏହାସହ ସେ ସମ୍ପୃକ୍ତ ଅଧିକାରୀ ମାନଙ୍କ ସହ ପରିସ୍ଥିତି ସମ୍ପର୍କ ରେ ଆଲୋଚନା କରିବେ । ଉକ୍ତ ଦିନ ନବୀନଙ୍କ କବିସୂର୍ଯ୍ୟନଗର, ଆସିକା ଓ ହିଞ୍ଜିଳିରେ କାର୍ଯ୍ୟକ୍ରମ ରହିଛି । Post navigation ଆହୁରି ସଶକ୍ତ ହେବ ଓଡ଼ିଶା ଅଗ୍ନିଶମ ବାହିନୀ; ଫାୟାର୍ ଟିମକୁ ମିଳିବ ଡଗ୍ ସ୍କ୍ୱାଡ୍ ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ୩୦ ତାରିଖ ସୁଦ୍ଧା ସରିବ ଆକଳନ