କଟକ ଏସ୍.ସି.ବି. ମେଡିକାଲ କଲେଜ ଏବଂ ହସ୍ପିଟାଲର ଟ୍ରମା କେୟାର ଆଇସିୟୁରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ୧୩ ଜଣ ନିରୀହ ରୋଗୀଙ୍କ ମୃତ୍ୟୁ ଘଟଣାକୁ ସଂସ୍ଥାଗତ/ବ୍ୟବସ୍ଥାକୃତ ହତ୍ୟା ଭାବେ ଅଭିଯୋଗ କରି ଆଜି ରାଜ୍ୟ ବିଧାନସଭା ସମ୍ମୁଖରେ ମିଳିତ ବିରୋଧୀ ଦଳମାନଙ୍କ ପକ୍ଷରୁ ଏକ ବିଶାଳ ଗଣଧାରଣା ଆୟୋଜିତ ହୋଇ ସଫଳତାର ସହ ଶେଷ ହୋଇଛି । ଏହି ଧାରଣାରେ ବିଜେଡି, କଂଗ୍ରେସ, ସିପିଆଇ, ସିପିଆଇ (ଏମ୍), ସିପିଆଇ (ଏମ୍-ଏଲ୍) ଲିବେରେସନ, ଫରୱାର୍ଡ ବ୍ଲକ୍, ଏନସିପି, ଆରଜେଡି, ସମତା କ୍ରାନ୍ତି ଦଳ ଓ ସମାଜବାଦୀ ପାର୍ଟି ପ୍ରମୁଖ ୧୦ଟି ବିରୋଧୀ ଦଳ ଅଂଶ ଗ୍ରହଣ କରିଥିଲେ । ଏସ୍.ସି.ବି. ଅଗ୍ନିକାଣ୍ଡ ଘଟଣାରେ ସରକାରଙ୍କ ଅକ୍ଷମଣୀୟ ଅବହେଳା ଓ ବ୍ୟବସ୍ଥାପନା ବିଫଳତାକୁ ନିନ୍ଦା କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦୃଢ଼ ଦାବି କରାଯାଇଥିଲା । ରାଜ୍ୟର ସମସ୍ତ ବର୍ଗର ଲୋକଙ୍କ ଅଭୂତପୂର୍ବ ସମର୍ଥନରେ ଧାରଣା ସଫଳ ହୋଇଥିଲା । ମିଳିତ ଧାରଣାର ସମସ୍ତ ଦାବି ଓ ମିଳିତ ଆନ୍ଦୋଳନକୁ ଶୁଭେଚ୍ଛା ଓ ସମର୍ଥନ ଜଣାଇ ଓଡ଼ିଶାର ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଲିଖିତ ବାର୍ତ୍ତା ପାଠ କରାଯାଇଥିଲା । ଠିକ୍ ସେହିଭଳି ଧାରଣାର ସଫଳତା ଓ ଭବିଷ୍ୟତ ଆନ୍ଦୋଳନ ପାଇଁ ଚେତାବନୀ ସହ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ଅଡିଓ ବାର୍ତ୍ତା ମଧ୍ୟ ପାଠ କରାଯାଇଥିଲା । ଧାରଣାର ଆରମ୍ଭ ରେ ୧୩ ଜଣ ମୃତକ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସମବେତ ଜନସାଧାରଣ ଦଣ୍ଡାୟମାନ ହୋଇ ୨ମିନିଟ ନୀରବତା ଅବଲମ୍ବନ କରିଥିଲେ । ମିଳିତ ବିରୋଧୀ ଦଳମାନଙ୍କ ତରଫ ରୁ ମୃତକ ପରିବାର ମାନଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା କିମ୍ବା ମନ୍ତ୍ରୀମଣ୍ଡଳରୁ ବହିଷ୍କାର,ପ୍ରତ୍ୟେକ ମୃତକ ପରିବାରକୁ ଅନ୍ୟୁନ ୧ କୋଟି ଟଙ୍କା କ୍ଷତିପୂରଣ ଓ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ, ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ଅଧ୍ୟକ୍ଷତାରେ ନ୍ୟାୟିକ ତଦନ୍ତ ଏବଂ ତୁରନ୍ତ ରିପୋର୍ଟ ପ୍ରକାଶ, ସମସ୍ତ ଆହତଙ୍କୁ ମାଗଣା ଉଚ୍ଚମାନର ଚିକିତ୍ସା ଓ ଅନ୍ୟୁନ ୫ ଲକ୍ଷ ଟଙ୍କା ସହାୟତା,ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ସହ ଏହି ଅପରାଧ ପାଇଁ ଦାୟୀ ଅଧିକାରୀ, କର୍ମଚାରୀ ଓ ବିଦ୍ୟୁତ ଠିକାଦାରଙ୍କୁ ତୁରନ୍ତ ଗିରଫ,ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲର ଫାୟାର ସେଫ୍ଟି ଓ ସୁରକ୍ଷା ଅଡିଟ୍ ଇତ୍ୟାଦି ଦାବୀଗୁଡ଼ିକ ପୂରଣ ନହେଲେ ଆନ୍ଦୋଳନକୁ ରାଜ୍ୟବ୍ୟାପୀ ତୀବ୍ରତ୍ରର କରାଯିବ ବୋଲି ସରକାରକୁ ଚେତାବନୀ ଦିଆଯାଇଛି । ଉପୋରକ୍ତ ଦାବି ଉପରେ ୩୧ ମାର୍ଚ୍ଚ ରେ ରାଜ୍ୟପାଳଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି । ବିଜେଡିର ବରିଷ୍ଠ ରାଜ୍ୟ ଉପସଭାପତି ଦେବୀ ପ୍ରସାଦ ମିଶ୍ର, କଂଗ୍ରେସର ବରିଷ୍ଠ ନେତା ଦେବାଶିଷ ପଟ୍ଟନାୟକ, ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଏନ୍. ନାରାୟଣ ରେଡ୍ଡୀ, ସିପିଆଇ (ଏମ୍) ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ସିପିଆଇ (ଏମ୍ ଏଲ)- ଲିବେରେସନ ରାଜ୍ୟ ନେତା ମହେନ୍ଦ୍ର ପରିଡା, ଫରୱାର୍ଡ ବ୍ଲକ ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ସମତା କ୍ରାନ୍ତି ଦଳ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଭାସ ସାମନ୍ତରା, ଏନସିପି ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ଏସପି ରାଜ୍ୟ ନେତା ପ୍ରଦୀପ ମିଶ୍ର, ଆର୍ଜେଡି ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ କୁମାର ପ୍ରମୁଖ ୧୦ଟି ବିରୋଧୀ ଦଳର ବରିଷ୍ଠ ନେତୃବୃନ୍ଦଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ମିଳିତ ଧାରଣାକୁ ପରିଚାଳନା କରିଥିଲେ। ବିଜେଡି ତରଫରୁ ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ଡ଼ଃ ଅରୁଣ ସାହୁ, ଗଣେଶ୍ୱର ବେହେରା,ଗୌତମ ବୁଦ୍ଧ ଦାସ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ଲେଖାଶ୍ରୀ ସାମନ୍ତସିଂହାର, ପ୍ରୀତି ରଞ୍ଜନ ଘଡେଇ, ଚିନ୍ମୟ ସାହୁ, ଇପିସିତା ସାହୁ, ଧ୍ରୁବ ସାହୁ, ଭୃଗୁ ବକ୍ସିପାତ୍ର, ସୁଲୋଚନା ଦାସ, ସୁବାସ ସିଂହ, ରମେଶ ବେହେରା, ବିଜୟ ନାୟକ, କଂଗ୍ରେସ ତରଫରୁ ନିରଞ୍ଜନ ପଟ୍ଟନାୟକ, ଶ୍ରୀକାନ୍ତ ଜେନା, ଜଗନ୍ନାଥ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ସୁରେଶ କୁମାର ରାଉତରାୟ, ପ୍ରସାଦ ହରିଚନ୍ଦନ, ମିନତୀ ବାହିନୀପତି, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ସି.ଏସ୍. ରାଜନ ଏକା, ଅଶୋକ ଦାସ, ଅରବିନ୍ଦ ଦାସ, ରବି ମଲ୍ଲିକ, ସିପ୍ରା ମଲ୍ଲିକ, ନଗେନ୍ଦ୍ର ପ୍ରଧାନ, ସୁଦର୍ଶନ ଦାସ,ୟାସିର ନୱାଜ, ସିଦ୍ଧାର୍ଥ ସ୍ୱରୂପ ଦାସ, ଉର୍ମିଳା ମାଝୀ, ସିପିଆଇ ତରଫ ରୁ ଡ଼ଃ ପ୍ରଶାନ୍ତ ମିଶ୍ର, ଜୟନ୍ତ ଦାସ, ଆଶିଷ କାନୁନଗୋ,ଜିନ୍ମୟୀ ସାହାଣୀ, ଭାଗବତ ପ୍ରତିହାରୀ,ସିପିଆଇ (ଏମ୍) ତରଫରୁ ସନ୍ତୋଷ ଦାସ, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ବଦ୍ରୀ ନାରାୟଣ ଦାଶ, ପୁଷ୍ପା ଦାସ, ବିଷ୍ଣୁ ମହାନ୍ତି, ସିପିଆଇ(ଏମ୍-ଏଲ୍) ଲିବେରେସନ ତରଫରୁ ଯୁଧିଷ୍ଠିର ମହାପାତ୍ର, ରାଧାକାନ୍ତ ସେଠୀ, ଅଶୋକ ପ୍ରଧାନ, ତିରୁପତି ଗମାଙ୍ଗ, ସବିତା ବରଜ,ଫରୱାର୍ଡ ବ୍ଲକ୍ ତରଫରୁ ଜ୍ୟୋତି ରଞ୍ଜନ ମହାପାତ୍ର, ଲକ୍ଷ୍ମୀ ଦୋରା,ସମତା କ୍ରାନ୍ତି ଦଳ ପକ୍ଷରୁ ପ୍ରଭାସ ସାମନ୍ତରା ଏନସିପି ପକ୍ଷରୁ ବିକ୍ରମ ସ୍ୱାଇଁ,ଆରଜେଡି ପକ୍ଷରୁ ହେମନ୍ତ କୁମାର ଏବଂ ସମାଜବାଦୀ ପାର୍ଟି ପକ୍ଷରୁ ବିଜୟ ବେହେରା ପ୍ରମୁଖ ଅନେକ ବରିଷ୍ଠ ନେତୃବୃନ୍ଦ ଧାରଣାରେ ଉଦବୋଧନ ଦେଇ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ଆହ୍ୱାନ ଜଣାଇଥିଲେ । Post navigation Odisha Vigilance Nabs Sub Treasury Officer: ଭିଜିଲାନ୍ସ ଜାଲରେ ସବ-ଟ୍ରେଜେରୀ ବରିଷ୍ଠ କିରାଣୀ Baijayant Panda Condemns Nishikant’s Remarks on Biju Babu: ବିଜୁବାବୁଙ୍କ ଦେଶପ୍ରେମ ଉପରେ ଆପତ୍ତି ଉଠାଇବା ହାସ୍ୟାସ୍ପଦ: ବୈଜୟନ୍ତ ପଣ୍ଡା