ଏପ୍ରିଲ ୨୭ ତାରିଖ ସୁଦ୍ଧା ସବୁ ସ୍କୁଲରେ ବଣ୍ଟନ ହେବ ପୋଷାକ । ସ୍କୁଲ ଛୁଟି ସମ୍ପର୍କରେ ନିଷ୍ପତ୍ତି ବିଚାରାଧୀନ ଥିବା ସତ୍ତ୍ୱେ, ଓଡ଼ିଶା ସରକାର ସାରା ରାଜ୍ୟରେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ପୋଷାକ ବଣ୍ଟନ ଶେଷ କରିବା ପାଇଁ ଏପ୍ରିଲ ୨୭ ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରିଛନ୍ତି। ଏନେଇ SOP ହୋଇଥିବା ସୂଚନା ଦେଇଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ଏପ୍ରିଲ ୧୦ ସୁଦ୍ଧା ଶ୍ରେଣୀଭିତ୍ତିକ ୟୁନିଫର୍ମ ଆବଶ୍ୟକତା ଚୂଡ଼ାନ୍ତ କରାଯିବ। ୟୁନିଫର୍ମ ଯୋଗାଣ ପାଇଁ ଦାୟୀ ଏଜେନ୍ସିଗୁଡ଼ିକର ଚୟନ ଏପ୍ରିଲ ୧୨ ସୁଦ୍ଧା ସମାପ୍ତ ହେବ, ତା’ପରେ କାର୍ଯ୍ୟାଦେଶ ଜାରି କରାଯିବ। ଏପ୍ରିଲ ୧୦ ସୁଦ୍ଧା ଶ୍ରେଣୀଭିତ୍ତିକ ଆବଶ୍ୟକତା ଚୂଡ଼ାନ୍ତ ହେବ, ତା’ପରେ ଏଜେନ୍ସି ଚୟନ ଏବଂ ଏପ୍ରିଲ ୧୨ ସୁଦ୍ଧା କାର୍ଯ୍ୟାଦେଶ ଜାରି କରାଯିବ। ଏପ୍ରିଲ ୨୭ ସୁଦ୍ଧା ସମସ୍ତ ସ୍କୁଲରେ ୟୁନିଫର୍ମ ବଣ୍ଟନ ସୁନିଶ୍ଚିତ କରିବା ପାଇଁ ଏକ SOP ଜାରି କରାଯାଇଛି, ଛୁଟି ପୂର୍ବରୁ ପ୍ରକ୍ରିୟା ସମାପ୍ତ କରିବାକୁ ପ୍ରୟାସ କରାଯାଉଛି। ଅନ୍ୟପଟେ ସ୍କୁଲ ଛୁଟି ନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ । କେବେ ସ୍କୁଲ ଛୁଟି ହେବ ସେ ନେଇ କିଛି ନିଷ୍ପତି ହୋଇନି । ସମୟ ଦେଖି ସଠିକ୍ ସମୟରେ ନିଷ୍ପତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । Post navigation Odisha Cabinet Meeting: କ୍ୟାବିନେଟ୍ ବୈଠକରେ ୧୧ ପ୍ରସ୍ତାବ ଉପରେ ବାଜିଲା ମୋହର FIR Filed Against BJD Leader: ବିଜେଡି ନେତା ବବି ଦାସଙ୍କ ନାଁରେ ଥାନାରେ ଏତଲା