କଟକ ରେଲୱେ ଷ୍ଟେସନରେ ଭୁଶୁଡ଼ିଲା ନିର୍ମାଣାଧୀନ ଛାତ ।ପ୍ଲାଟଫର୍ମ ୧ରେ ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ଛାତ । ଉପର ସେଡ୍‌ର କିଛି ଅଂଶ ମଧ୍ୟ ଟ୍ରାକ୍‌ ଉପରେ ପଡ଼ିଛି । ଏ ନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଜାରି କରାଯାଇଛି ।

ରେଳୱେ ପକ୍ଷରୁ କୁହାଯାଇଛି ଯେ,ଏକ ପୁରୁଣା କାନ୍ଥ ପ୍ଲାଟଫର୍ମ ଉପରକୁ ଭୁଶୁଡ଼ି ପଡ଼ିଛି । ଅପରାହ୍ନ ୩ଟା ୪୫ରେ ଘଟିଛି ଏହି ଅଘଟଣ। ଟ୍ରାକ୍ ୧ ଓ ୨ରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । କେହି ମୃତାହତ ହୋଇ ନାହାନ୍ତି, ୪୫ ମିନିଟ୍ ଭିତରେ ଠିକ୍ ହୋଇଯିବା ନେଇ ସୂଚନା ଦିଆଯାଇଛି ।

ଅନ୍ୟପଟେ ଶ୍ରମିକ ଓ ଯାତ୍ରୀଙ୍କର କ୍ଷତି ହୋଇଛି ନା ନାହିଁ ସ୍ପଷ୍ଟ ହୋଇପାରି ନାହିଁ । କିଛି ଟ୍ରେନ୍‌ର ଯାତାୟାତ ମଧ୍ୟ ବିଳମ୍ବିତ ହେଉଥିବା ସୂଚନା । ରେଳ ଲାଇନ ଉପରେ ଛାତ ପଡ଼ିଥିବାରୁ କିଛି ଟ୍ରେନ୍‌ର ଯାତାୟାତ ମଧ୍ୟ ବିଳମ୍ବିତ ହେଉଥିବା ସୂଚନା ମିଳିଛି। ଭଗ୍ନାଶଂ ତଳେ ଶ୍ରମିକ ରହିଛନ୍ତି କି ନାହିଁ ତାହାର ସନ୍ଧାନ ଚାଲିଛି । ଏଥିସହ ବର୍ତ୍ତମାନ ଏକ ନମ୍ବର ପ୍ଲାଟଫର୍ମ ରେ ଟ୍ରେନ ଚଳାଚଳ ବନ୍ଦ ରହିଛି  ।

Leave a Reply

Your email address will not be published. Required fields are marked *