କାଠଯୋଡ଼ି ନଦୀ ଉପରେ ଆଉ ଦୁଇଟି ବ୍ରିଜ ନିର୍ମାଣ କରିବେ ରାଜ୍ୟ ସରକାର । ଜୁଡ଼ିସିଆଲ ଏକାଡେମୀରୁ ତ୍ରିଶୁଳିଆ ଛକ ଯାଏଁ ଆଉ ଏକ ବ୍ରିଜ ନିର୍ମାଣ ହେବ। ଏନେଇ ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ତ୍ରିଶୁଳିଆ ଛକରୁ ବାଲିକୁଦା ଛକ ୪ ଲେନ୍ ରାସ୍ତା ହେବ। ଜୁଡ଼ିସିଆଲ ଏକାଡେମୀରୁ ତ୍ରିଶୁଳିଆ ଛକ ଯାଏଁ ଆଉ ଏକ ବ୍ରିଜ ନିର୍ମାଣ ହେବ। ଜୁଡ଼ିସିଆଲ ଏକାଡେମୀ ରାସ୍ତା ଠାରୁ ଯୋବ୍ରା ଯାଏଁ ୬ ଲେନ ରାସ୍ତା ହେବ। ଏସସିବିର ସେକେଣ୍ଡ କ୍ୟାମ୍ପସ ୨୦୨୫ ଶେଷ ସୁଦ୍ଧା ନ ସରିଲେ ନିର୍ମାଣ ଦାୟିତ୍ବରେ ଥିବା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଟ୍ରାଫିକ ସମସ୍ୟା ଏହା ଦ୍ୱାରା ହ୍ରାସ ପାଇବା ବୋଲି କୁହାଯାଇଛି । କଟକ ସହର ଭିତର ରାସ୍ତା ମଧ୍ୟ ପ୍ରଶସ୍ତିକରଣ କରାଯିବ । Post navigation ବିଜେଡି ନିଜ ହାରିବାର ଆତ୍ମସମୀକ୍ଷା କରିବା ଆବଶ୍ୟକ: ସାଂସଦ ବଳଭଦ୍ର ମାଝୀ ପ୍ରବାସୀ ଭାରତୀୟ ଦିବସ ଏବଂ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ