ବଦଳିଲେ ଦୁଇ ଆଇଆଇସି। କଣ୍ଟାବାଞ୍ଜି ଆଇଆଇସି ଓ ସଇଁତଳା ଆଇଆଇସି ବଦଳି କରାଯାଇଛି । କଣ୍ଟାବାଞ୍ଜି ଆଇଆଇସି ରଶ୍ମିତା ବେହେରାଙ୍କର ସଇଁତଳାକୁ ବଦଳି କରାଯାଇଥିବା ବେଳେ ସଇଁତଳା ଆଇଆଇସି ସୁଶାନ୍ତ ବଢ଼େଇଙ୍କୁ ବଲାଙ୍ଗୀର ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି ।

ଆଇଆଇସି ରଶ୍ମିତା ସ୍ବାମୀଙ୍କ ଦବଙ୍ଗଗିରିକୁ ନେଇ ଅଡୁଆରେ ପଡ଼ିଥିଲେ। ସେହିପରି ବଡ଼ମାଲ ଫାଣ୍ଡି ଅଧିକାରୀଙ୍କୁ ମାଡ଼ ଘଟଣାରେ ସଇଁତଳା ଆଇଆଇସି ଅଡୁଆରେ ପଡ଼ିଥିଲେ । ଖବର ସାମ୍ନାକୁ ଆସିବା ପରେ ୨ ଜଣ ଆଇଆଇସିଙ୍କୁ ବଦଳି କରାଯାଇଛି।

ସୂଚନା ଯୋଗ୍ୟ; କଣ୍ଟାବାଞ୍ଜିଠାରେ ମଙ୍ଗଳବାର ରାତିରେ ମାତାଲ୍ ଅବସ୍ଥାରେ ଇନ୍ଦିରା ଛକରେ ସ୍ଥାନୀୟ ଯୁବକଙ୍କ ସହ କୌଣସି କାରଣକୁ ନେଇ ପାଟିତୁଣ୍ଡ କରିଥିଲେ। ତେବେ ସାମାନ୍ୟ କଥା କଟାକଟି ହେବାରୁ ଯୁବକଙ୍କୁ ଚାପୁଡ଼ା ମାରିଥିଲେ ଆଇଆଇସି ରଶ୍ମିତା ସ୍ବାମୀ। ଏହା ପରେ ରାତିଅଧରେ ଥାନା ଘେରାଉ କରି ସାଧାରଣ ଲୋକ ଏହାକୁ ନେଇ ପ୍ରତିବାଦ କରିଥିଲେ । ଥାନାରେ ଏସଡିପିଓ ଓ ଆଇଆଇସି ମ୍ୟାଡମଙ୍କୁ ଘେରିଲେ ସାଧାରଣ ଲୋକେ। ଆଇଆଇସିଙ୍କ ସ୍ବାମୀଙ୍କ ନାଁରେ ମାମଲା ରୁଜୁ କରିନଥିବା ଅଭିଯୋଗ ହେଇଥିଲେ।

Leave a Reply

Your email address will not be published. Required fields are marked *