ମଧ୍ୟପ୍ରଦେଶ ଇନ୍ଦୋରରେ ଦୁଇ ତାଲିମପ୍ରାପ୍ତ ସେନା ଅଧିକାରୀଙ୍କ ସହ ଲୁଟ୍‌ପାଟ୍ ପରେ ସେମାନଙ୍କ ବାନ୍ଧବୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ।  ଦୁର୍ବୃତ୍ତମାନେ ଦୁଇ ତାଲିମପ୍ରାପ୍ତ ସେନା ଅଧିକାରୀଙ୍କୁ ଗୁରୁତର ଆକ୍ରମଣ କରିବା ପରେ ତାଙ୍କ ସାଙ୍ଗରେ ଥିବା ବାନ୍ଧବୀଙ୍କ ସହ ଏହିପରି ନାରକୀୟ କାଣ୍ଡ ଘଟାଇଥିବା କୁହାଯାଉଛି।

ସୂଚନା ଅନୁସାରେ ବୁଧବାର ଦିନ ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ ପିକନିକ୍ କରିବାକୁ ବାହାରକୁ ଆସିଥିବା ବେଳେ ଦୁଇ ଜଣ ତାଲିମପ୍ରାପ୍ତ ଭାରତୀୟ ସେନା ଅଧିକାରୀଙ୍କ ସହ ଲୁଟ୍‌ପାଟ୍ କରିବା ସହ ମାଡ ମାରିବା ପରେ ସେମାନଙ୍କ ଦୁଇ ମହିଳା ବନ୍ଧୁଙ୍କ ମଧ୍ୟରୁ ଜଣଙ୍କ ସହ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ ବିଳମ୍ବିତ ରାତି ପ୍ରାୟ ୨.୩୦ ରେ ସେମାନେ ପ୍ରଥମେ ଲୁଟ୍ ଉଦ୍ଦେଶ୍ୟରେ ଜଣେ ସେନା ଅଧିକାରୀ ଓ ସାଙ୍ଗରେ ଥିବା ବାନ୍ଧବୀଙ୍କୁ ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ ଓ ମାଡ ମାରିଥିଲେ ତାଙ୍କର ଚିତ୍କାର ଶୁଣି ଆଉ ଜଣେ ଆର୍ମି ଅଫିସର ଓ ତାଙ୍କର ଜଣେ ବାନ୍ଧବୀ ସେଠାରେ ଆସି ପହଞ୍ଚିଥିଲେ । କିନ୍ତୁ ପାଖରେ ଥିବା ସମସ୍ତ ଜିନିଷ ଲୁଟପାତ୍ ପରେ ଜଣେ ଜଣେ ବାନ୍ଧବୀଙ୍କୁ ଗଣୁଦୁଷ୍କର୍ମ କରାଯାଇଥିବା ଜଣା ଯାଇଛି।ପରେ ସେମାନଙ୍କୁ ଆକ୍ରମଣ କରିବା ସହ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ମଧ୍ୟ କରିଥିବା ଅଭିଯୋଗ ହୋଇଛି। ଆହତ ଆର୍ମି ଅଫିସର ୧୦୦ ନମ୍ବରକୁ ଡାଏଲ କରିବା ପରେ ଘଟଣାସ୍ଥଳରେ ତୁରନ୍ତ ସେନାର ଯବାନ ପହଞ୍ଚିଥିଲେ ଏବଂ ୪ ଜଣଙ୍କୁ ଉଦ୍ଧାର କରି ମୋହ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରୀ ପରୀକ୍ଷା ନିଶ୍ଚିତ କରିଥିଲା ​​ଯେ ଜଣେ ମହିଳା ବଳାତ୍କାରର ଶିକାର ହୋଇଛନ୍ତି।

ବୁଧବାର ରାତିରେ ଅତିରିକ୍ତ ଏସପି ରୁପେଶ ଦ୍ୱିବେଦୀ କହିଛନ୍ତି ଯେ ୬ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି, ସେମାନଙ୍କ ମଧ୍ୟରୁ ଦୁଇଜଣ ଜଙ୍ଗଲରୁ ଧରାପଡିଛନ୍ତି।

 

Leave a Reply

Your email address will not be published. Required fields are marked *