Twist In Pitabas Panda Murder Case
ବ୍ରହ୍ମପୁରରେ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡର ବଡ଼ ଟ୍ୱିଷ୍ଟ । ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ପୋଲିସ ସୂଚନା ଅନୁଯାୟୀ, ପୀତବାସଙ୍କ ସିକ୍ରେଟ୍ ଚାମ୍ବରରେ ଆପତ୍ତିଜନକ ଜିନିଷ ଓ ପେନ୍ ଡ୍ରାଇଭ୍ ମିଳିଛି ।
 
ଏଥିରେ ୪ଟି ରଙ୍ଗୀନ ଫଟୋ ଓ ଗୋଟିଏ ପେନ୍ ଡ୍ରାଇଭ୍ ଥିବା ଜଣାପଡିଛି । ବିକ୍ରମ ପଣ୍ଡାଙ୍କ ଆପତ୍ତିଜନକ ଫଟୋ ରଖି ପୀତବାସ ବ୍ଲାକମେଲ କରୁଥିଲେ ବୋଲି ପୂର୍ବତନ ବିଧାୟକଙ୍କ ଓକିଲ କହିଛନ୍ତି । ଏହା ପୋଲିସ୍‌ ଚାର୍ଜସିଟ୍‌ରେ ଉଲ୍ଲେଖ ଥିବା ବିକ୍ରମ ପଣ୍ଡାଙ୍କ ଓକିଲ ସୂଚନା ଦେଇଛନ୍ତି ।
 
କୋର୍ଟରେ ତାହା ଦାଖଲ ହୋଇନଥିବା ଅଭିଯୋଗ କରିବା ସହ ସାଇଣ୍ଟିଫିକ୍ ଟିମର ଯାଞ୍ଚ ଆବଶ୍ୟକ ବୋଲି ବିକ୍ରମ ପଣ୍ଡାଙ୍କ ଓକିଲ ଦୀପକ ପଟ୍ଟନାୟକ ଦାବି କରିଛନ୍ତି । ଏହି ଘଟଣାର ତଦନ୍ତ ପାଇଁ ପୋଲିସ ବିଭିନ୍ନ ସୂଚନା ସଂଗ୍ରହ କରୁଛି ।
 
କହିରଖୁଛୁ ଯେ, ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଗିରଫ ହୋଇ ବ୍ରହ୍ମପୁର ଜେଲରେ ଅଛନ୍ତି ବିକ୍ରମ ପଣ୍ଡା ଓ ମଦନ ଦଳେଇ ।

By Nirvay

Leave a Reply

Your email address will not be published. Required fields are marked *