ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ଟିମ୍ ଘୋଷଣା କରୁଛନ୍ତି ଟ୍ରମ୍ପ । ପୂର୍ବତନ ସାଂସଦ ତୁଳସୀ ଗବାର୍ଡଙ୍କୁ ଦେଲେ ବଡ଼ ଦାୟିତ୍ବ । ଭାରତୀୟ-ଆମେରିକୀୟ ତୁଳସୀ ଗବାର୍ଡଙ୍କୁ ଆମେରିକାର ନୂଆ ଗୁଇନ୍ଦା ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି ଟ୍ରମ୍ପ। । ପୂର୍ବତନ ସାଂସଦ ତୁଳସୀ ଗବାର୍ଡ ଆମେରିକାର ପ୍ରଥମ ହିନ୍ଦୁ କଂଗ୍ରେସ ଓମେନ୍ ଭାବେ ପରିଚିତ। ତୁଳସୀ ଗବାର୍ଡ ମଧ୍ୟ ଜଣେ ସୈନିକ ଅଛନ୍ତି ଏବଂ ବିଭିନ୍ନ ସମୟରେ ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକାର ଯୁଦ୍ଧ କ୍ଷେତ୍ରରେ ନିୟୋଜିତ ହୋଇଛନ୍ତି।

୨୦୧୩ରୁ ୨୦୨୧ ଯାଏଁ ଡେମୋକ୍ରାଟିକ ପାର୍ଟିର ସଦସ୍ୟ ଥିଲେ ତୁଳସୀ । ବାଇଡେନ୍ ପ୍ରଶାସନର କଟ୍ଟର ଆଲୋଚକ ଭାବେ ଜଣାଶୁଣା ତୁଳସୀ । ୨୦୧୯ରେ ଡେମୋକ୍ରାଟିକ ରାଷ୍ଟ୍ରପତି ପ୍ରାଥମିକ ବିତର୍କରେ ତୁଳସୀ ଗବାର୍ଡ କମଳା ହାରିସଙ୍କୁ ପରାସ୍ତ କରିଥିଲେ। ତେବେ ରାଷ୍ଟ୍ରପତି ଦୌଡ଼ରେ ସେ ପଛରେ ପଡ଼ିଯାଇଥିଲେ। ୨୦୨୨ରେ ସେ ଡେମୋକ୍ରାଟିକ୍ ପାର୍ଟି ଛାଡ଼ି ରିପବ୍ଲିକାନ୍ ପାର୍ଟିରେ ଯୋଗ ଦେଇଥିଲେ। ନିର୍ବାଚନୀ ବିତର୍କରେ ହାରିସଙ୍କୁ ପରାସ୍ତ କରିବା ପାଇଁ ଟ୍ରମ୍ପ ତୁଳସୀଙ୍କ ସାହାଯ୍ୟ ଲୋଡିଥିଲେ। ନିର୍ବାଚନ ସମୟରେ ସେ କିଛି ସମୟ ପୂର୍ବରୁ ଡେମୋକ୍ରାଟ ପାର୍ଟିରୁ ଅଲଗା ହୋଇ ରିପବ୍ଲିକାନ୍ ପାର୍ଟିରେ ଯୋଗ ଦେଇଥିଲେ।

ଏହାସହ ମାର୍କୋ ରୁବିଓଙ୍କୁ ବୈଦେଶିକ ମନ୍ତ୍ରୀ ଘୋଷଣା କଲେ ଟ୍ରମ୍ପ ।

 

 

Leave a Reply

Your email address will not be published. Required fields are marked *