ଇରାନ ସହ ସଂଘର୍ଷ ମଧ୍ୟରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ ଏବେ ସାମ୍ନାକୁ ଆସିଛି। ଆମେରିକା, ଇସ୍ରାଏଲ ଏବଂ ଇରାନକୁ ନେଇ ଚାଲିଥିବା ସାମରିକ ମୁକାବିଲା ଏକ ମାସ ପର୍ଯ୍ୟନ୍ତ ଜାରି ରହିପାରେ ବୋଲି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି। ସେ କହିଛନ୍ତି ଇରାନ୍ ସହ ୪ ସପ୍ତାହ ଯୁଦ୍ଧ ଚାଲିପାରେ । ସୈନ୍ୟ ଅଭିଯାନ ୪ ସପ୍ତାହ କିମ୍ବା ତା ଠାରୁ କମ୍ ସମୟ ଚାଲିପାରେ । ଇରାନ ଏକ ବଡ଼ ଦେଶ, ଯୋଜନା ଅନୁସାରେ ଆଗେଇ ଚାଲିଛୁ । ଇରାନର ପୂରା ନେତୃତ୍ବକୁ ଧ୍ବଂସ କରି ଦେଇଛୁ ।

ସେ ଆଉ ମଧ୍ୟ କହିଛନ୍ତି ଆକ୍ରମଣରେ ୪୮ ଇରାନୀ ନେତା ନିହତ ହୋଇଛନ୍ତି ହୋଇଛନ୍ତି । ଯୁଦ୍ଧ ପରେ ଇରାନରେ ଗଣତନ୍ତ୍ର ଆସିପାରେ । ସେ ଏହା ମଧ୍ୟ କହିଛନ୍ତି ଯେ ସେ ତେହେରାନ ସହିତ ଆହୁରି ଆଲୋଚନା ପାଇଁ ଖୋଲା ଅଛନ୍ତି, ଯଦିଓ ସେ ସମୟ ବିଷୟରେ କୌଣସି ସ୍ପଷ୍ଟତା ଦେଇନାହାଁନ୍ତି। “ମୁଁ ଜାଣିନାହିଁ,” ଟ୍ରମ୍ପ କହିଛନ୍ତି, “ସେମାନେ କଥାବାର୍ତ୍ତା କରିବାକୁ ଚାହୁଁଛନ୍ତି, କିନ୍ତୁ ମୁଁ କହିଥିଲି ଯେ ଆପଣ ଗତ ସପ୍ତାହରେ କଥାବାର୍ତ୍ତା କରିବା ଉଚିତ ଥିଲା, ଏହି ସପ୍ତାହରେ ନୁହେଁ

ପ୍ରଥମ ଥର ପାଇଁ, ଟ୍ରମ୍ପ ମଧ୍ୟ ଆମେରିକୀୟ ସୈନିକଙ୍କ ମୃତ୍ୟୁ ବିଷୟରେ ଖୋଲାଖୋଲି କହିଥିଲେ। ଏହି ଯୁଦ୍ଧରେ ତିନି ଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁ ହୋଇଥିଲା, ଯାହାଙ୍କ ନାମ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଟ୍ରମ୍ପ କହିଛନ୍ତି, ସେମାନଙ୍କର ରେକର୍ଡ ଉତ୍କୃଷ୍ଟ ଥିଲା। କିନ୍ତୁ ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଏପରି ଘଟଣା ଘଟିପାରେ। ଦୁର୍ଭାଗ୍ୟବଶତଃ, ଆମେ ଏହା ଆଶା କରିଥିଲୁ।

ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବରେ ଅନେକ ଇରାନ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିଛନ୍ତି, ଯେଉଁଥିରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ହୋଇଛି। ଜବାବରେ, ଇରାନ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ସହିତ ପ୍ରତିଶୋଧ ନେଇ ସମଗ୍ର ଅଞ୍ଚଳକୁ ପ୍ରଭାବିତ କରିଛି। ଟ୍ରମ୍ପ କହିଛନ୍ତି ଯେ ସବୁକିଛି ଯୋଜନା ଅନୁସାରେ ଚାଲିଛି। ଆମେ ସେମାନଙ୍କର ସମ୍ପୂର୍ଣ୍ଣ ନେତୃତ୍ୱକୁ ସମାପ୍ତ କରିଦେଇଛୁ ।

Leave a Reply

Your email address will not be published. Required fields are marked *