ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ପାଇଁ ବଢିଲା ଅଡ଼ୁଆ। ବିଜେପି କର୍ମୀଙ୍କୁ ମାଡ଼ ଘଟଣାର ତଦନ୍ତ ୨୪ ଘଣ୍ଟା ମଧ୍ୟରେ ଆରମ୍ଭ କରିବାକୁ ଅନୁଗୁଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସିଇଓ। ୨୪ ଘଣ୍ଟା ମଧ୍ୟରେ ତଦନ୍ତ ଆରମ୍ଭ ସହ ଏକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ସୂଚନା ଯୋଗ୍ୟ ଯେ, ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ ସମ୍ବଲପୁର ସଂସଦୀୟ କ୍ଷେତ୍ରର ଅନ୍ତର୍ଗତ ଅନୁଗୁଳ ଜିଲ୍ଲାର ଏକ ବୁଥରେ ଜଣେ ବିଜେପି କର୍ମୀଙ୍କୁ ବିଜେଡି ବିଧାୟକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ବିଜେପି ସିଇଓଙ୍କ ପାଖରେ ଫେରାଦ ହେବା ସହ ନ୍ୟାୟ ଦାବି କରିଥିଲେ।

By Nirvay

Leave a Reply

Your email address will not be published. Required fields are marked *