ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ଓଟିପି ଓ ଆଧାର ଲିଙ୍କ ଆବଶ୍ୟକ ପଡୁଛି। ଗଜପତି ଜିଲ୍ଲା ନୂଆଗଡ ବ୍ଲକର ଜଣେ ଆଦିବାସୀ ବ୍ୟକ୍ତି ସୁଭଦ୍ରା ଆବେଦନ ପାଇଁ ସ୍ତ୍ରୀଙ୍କ ଗହଣା ବନ୍ଧା ରଖି ମୋବାଇଲ କିଣିଛନ୍ତି। ତେଣୁ ଓଟିପି ପାଇଁ ନୂଆ ଫୋନ୍ ଓ ସିମ୍ କାର୍ଡ କିଣିବାକୁ ତାଙ୍କ ପତ୍ନୀଙ୍କୁ ସୁନା ଅଳଙ୍କାର ବନ୍ଧା ରଖିବାକୁ ପଡ଼ିଥିଲା। ବ୍ୟକ୍ତି ଜଣଙ୍କ ନିଜ ଅସହାୟତା ସମ୍ପର୍କରେ କୋହଭରା କଣ୍ଠରେ କହୁଥିବାର ଏକ ଭିଡିଓ ଭାଇରାଲ ହୋଇଛି।

ଏହି ପ୍ରକ୍ରିୟା ଅନୁଯାୟୀ ଆବେଦନକାରୀଙ୍କ ଆଧାର କାର୍ଡ ମୋବାଇଲ ନମ୍ବର ସହ ଲିଙ୍କ୍ ହେବା ଆବଶ୍ୟକ। ଆବେଦନ ସମୟରେ ଯାଞ୍ଚ ପାଇଁ ମୋବାଇଲକୁ ଓଟିପି ଯିବ। ଏହାବ୍ୟତୀତ ଆବେଦନକାରୀଙ୍କ ଆଧାର କାର୍ଡ ଏବଂ ମୋବାଇଲ ନମ୍ବର ମଧ୍ୟ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ ହେବା ଦରକାର। ତେଣୁ ସମସ୍ତ ଆବେଦନକାରୀଙ୍କ ପାଇଁ ମୋବାଇଲ ବାଧ୍ୟତାମୂଳକ। ବିଶେଷକରି ଗ୍ରାମାଞ୍ଚଳର ଆଦିବାସୀ ମହିଳାଙ୍କ ପାଇଁ ଏହା କଷ୍ଟକର।

ମୋବାଇଲ କିଣିବା ପାଇଁ ମୁଁ ସ୍ତ୍ରୀଙ୍କ ସୁନା ବନ୍ଧକ ରଖିବାକୁ ବାଧ୍ୟ ହୋଇଛି । ସୁଭଦ୍ରା ଯୋଜନା ପାଇଁ ଏହା ଆବଶ୍ୟକ। ଯଦିଓ ସରକାର ଆମକୁ ସାହାଯ୍ୟ କରୁଛନ୍ତି, ଏହା ସହିତ ମୋବାଇଲ ଫୋନ କିଣିବା, ଆଧାର ଲିଙ୍କ୍, ମୋବାଇଲ୍ ନମ୍ବର ଲିଙ୍କ୍, ବ୍ୟାଙ୍କ ଆକାଉଣ୍ଟ ଲିଙ୍କ୍ ଭଳି ଅନେକ କଥା ରହିଛି। ଯାହା ଆମ ଭଳି ଗରିବ ଲୋକଙ୍କ ପକ୍ଷେ କଷ୍ଟକର ବୋଲି ବ୍ୟକ୍ତି ଜଣଙ୍କ କହିଛନ୍ତି।

Leave a Reply

Your email address will not be published. Required fields are marked *